Home ଜିଲ୍ଲା ପରିକ୍ରମା ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

39

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ଶୋଚନିୟ ଭାବେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ଅଞ୍ଚଳର ଦେବେନ୍ଦ୍ର ମହାପାତ୍ର । ସୁଚନା ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ଦେବେନ୍ଦ୍ର ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଚରମ୍ପା ଝାଟିଆ ନିକଟରେ ସମ୍ମୁଖ ପଟୁ ଏକ ଦୃତଗାମୀ ଟ୍ରକ ତାଙ୍କୁ ଧକ୍କାଦେଇଥିଲା । ଦୁର୍ଘଟଣାର ସିକାର ହେବାପରେ ଦେବେନ୍ଦ୍ର କେନାଲ ତଳକୁ ଖସିପଡ଼ିଥିଲେ । ବିଳମ୍ବିତ ରାତିରେ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତ୍ତର ହେବାରୁ ଡାକ୍ତର ଦେବେନ୍ଦ୍ରଙ୍କୁ କଟକ ସ୍ଥାନାନ୍ତର କରିଥିଲେ । କଟକ ନେବା ବାଟରେ ଦେବେନ୍ଦ୍ରଙ୍କର ଅଧାବାଟରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଥିଲା ବେଳେ ଦେବେନ୍ଦ୍ରଙ୍କ ଏପରି ଶୋଚନିୟ ମୃତ୍ୟୁ ପାଇଁ ଏଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.