Home ଜିଲ୍ଲା ପରିକ୍ରମା ଅଙ୍ଗନବାଡି ଶିକ୍ଷୟତ୍ରୀ କେନ୍ଦ୍ରରେ ନରହି ସ୍ୱୟଂ ସହାୟିକା ଗୋଷ୍ଠୀର ଦାୟିତ୍ୱ ତୁଲାଇ ପିଡିଏସ ଚାଉଳ ବାଂଟୁଛନ୍ତି

ଅଙ୍ଗନବାଡି ଶିକ୍ଷୟତ୍ରୀ କେନ୍ଦ୍ରରେ ନରହି ସ୍ୱୟଂ ସହାୟିକା ଗୋଷ୍ଠୀର ଦାୟିତ୍ୱ ତୁଲାଇ ପିଡିଏସ ଚାଉଳ ବାଂଟୁଛନ୍ତି

7

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘଂଟେଶ୍ୱର ଅଂଚଳରେ ଜଣେ ଅଙ୍ଗନବାଡି ଶିକ୍ଷୟତ୍ରୀ ନିଜ ଅଙ୍ଗନବାଡି କେନ୍ଦ୍ରରେ ଛୁଆଙ୍କୁ ନ ପଢାଇ ଅଫିସ ସମୟରେ ଯାଇ ପିଡିଏସ ଚାଉଳ ବଂଟନ କରୁଛନ୍ତି। ଏପରି ଏକ ଅଭିଯୋଗ କୁ ନେଇ ଚାନ୍ଦବାଲି ବ୍ଲକ ମତୋ ସିଡିପିଓ କଣ କରିବେ ଚିନ୍ତା କରି ପାରୁୁ ନାହାନ୍ତି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଘଂଟେଶ୍ୱର ବଜରାପୁର ପଂଚାୟତରେ ଥିବା ୪ନଂ ଅଙ୍ଗନବାଡି କେନ୍ଦ୍ରରେ ଝୁନୁଲତା ଦାସ ଶିକ୍ଷୟତ୍ରୀ ଭାବେ ନିଯୁକ୍ତ ପାଇଛନ୍ତି। ମାତ୍ର ସେ ଏହି ପଦବୀ ରେ ଥାଇ ମଧ୍ୟ ନିଜ ଅଙ୍ଗନବାଡି କେନ୍ଦ୍ରରେ ନରହି ରାଜଘରପୁର ଠାରେ ଥିବା ଏକ କେନ୍ଦ୍ରରେ ପିଡିଏସ ଚାଉଳ ବଂଟନ କରୁଛନ୍ତି। ଏହି ଅଭିଯୋଗକୁ ନେଇ ବଜରାପୁର ପଂଚାୟତର ସମିତି ସଭ୍ୟ ବିବେକାନନ୍ଦ ଧର ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ମାତ୍ର ସମସ୍ତ ଅଭିଯୋଗ ପରେ ମଧ୍ୟ ସଂପୃକ୍ତ ଅଙ୍ଗନବାଡି କର୍ମୀ ନିଜ ଦାୟିତ୍ୱ ନ ତୁଲାଇ ଅଫିସ ସମୟରେ ଯାଇ ପିଡିଏସ ଚାଉଳ ବଂଟନ କରୁଛନ୍ତି। ଏ ନେଇ ମତୋ ସିଡିପିଓ ଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଘଟଣାରେ ସତ୍ୟାସତ୍ୟ ଅଛି ଏବଂ ସଂପୃକ୍ତ ଅଙ୍ଗନବାଡି ଶିକ୍ଷୟତ୍ରୀ ନିଜ କାର୍ଯ୍ୟ ନ କରି ଯାଇ ଏହି ଚାଉଳ ବଂଟନ କରୁଥିବା ଅଭିଯୋଗ ତାଙ୍କର ହସ୍ତଗତ ହୋଇଛି। ସେ ଛୁଟିରେ ଅଛନ୍ତି ଆସି କାର୍ଯ୍ୟରେ ଯୋଗ ଦେଲେ ସେ ଏହି ବିଷୟରେ ଭଦ୍ରକ ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଯାହା ପଦକ୍ଷେପ ନେବେ ବୋଲି କହିଥିଲେ।ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ରାଜଘରପୁର ଗ୍ରାମରେ ଚାଉଳ ପିଡିଏସ ଚାଉଳ ବଂଟନ କରିବାକୁ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଦାୟିତ୍ୱ ଦିଆଯାଇଛି। ସଂପୃକ୍ତ ଅଙ୍ଗନବାଡି କର୍ମୀ ନିଜ କେନ୍ଦ୍ରରେ ଶିକ୍ଷାଦାନ ନକରି ଯାଇ ଏହି ଚାଉଳ ବାଂଟିବା କଥା କୁ ଅଂଚଳବାସୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। କିପରି ଜଣେ ଅଙ୍ଗନବାଡି ଶିକ୍ଷୟତ୍ରୀ ନିଜ କାର୍ଯ୍ୟ ନ ତୁଲାଇ ଯାଇ ଚାଉଳ ବଂଟନ କାର୍ଯ୍ୟ କରୁଛନ୍ତି ତାହାର ତଦନ୍ତ କରିବାକୁ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.