Home ଓଡ଼ିଶା ଅଙ୍ଗଦାନ କରିଥିବା ସୁରଜ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରୁଲିଫ ପାଣ୍ଠିରୁ ମିଳିଲା ୫ ଲକ୍ଷ ଟଙ୍କା

ଅଙ୍ଗଦାନ କରିଥିବା ସୁରଜ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରୁଲିଫ ପାଣ୍ଠିରୁ ମିଳିଲା ୫ ଲକ୍ଷ ଟଙ୍କା

353

ବ୍ରହ୍ମପୁର୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୁଜୁରାଟ୍ – ସୁରଟରେ ବ୍ରହ୍ମପୁର ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୁରଜ ସେଠୀ ବଞ୍ଚିଥିବା ହେଳେ  ନିଜର ବଞ୍ଚିବା ଅସମ୍ଭବ ବୋଲି ଚିକିତ୍ସା କରୁଥିବା ଡାକ୍ତର ଠାରୁ ସୁଣି ନିଜର ମୂଲ୍ୟବାନ ଅଙ୍ଗଦାନ କରି ସବୁଦିନ ପାଇଁ ଅମରହୋଇଯାଇଥିବା ସୁରଜର ବାପା-ମାଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଗଞ୍ଜାମ ଜିଲ୍ଲାପାଳ କାର‌୍ୟ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂରଜ ସେଠୀଙ୍କ ପରିବାରକୁ ପ୍ରଦାନ କରିଛନ୍ତି। ୫ ଲକ୍ଷ ଟଙ୍କାର ଏକ ଚେକ୍ ସୂରଜ ସେଠୀଙ୍କ ବାପା ବାବୁଲି ଓ ମା’ ଗୀତାଞ୍ଜଳୀଙ୍କୁ ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ସୂରଜଙ୍କ ବାପା ମା’ଙ୍କୁ ପ୍ରଶଂସା କରିବା ସହ ଖୁବ୍ ଶୀଘ୍ର ବିଜୁ ପକ୍କା ଘର ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ଚେକ୍ ପାଇବା ପରେ ଉଭୟ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଅଙ୍ଗଦାନ କାର‌୍ୟ୍ୟକ୍ରମରେ ସମସ୍ତେ ସାମିଲ୍ ହେବା ପାଇଁ ଆହ୍ଵାନ ଦେଇଥିଲେ। ଚେକ୍ ପ୍ରଦାନ ସମୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ ଉପସ୍ଥିତ ଥିଲେ। ସୁଚନାଯୋଗ୍ୟ-ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ଲାଲ୍ ସିଂ ଅଞ୍ଚଳର ସୂରଜ ସେଠୀ ସୁରଟ୍‌ରେ ରହୁଥିଲେ।  ଗତ ଅକ୍ଟୋବର ୨୯ରେ ସେଠାରେ ଏକ ସଡ଼କ ଦୂର୍ଘଟଣାରେ ଗୁରୁତର ଆହତ ହୋଇ ଏକ ଘରୋଇ ଡ଼ାକ୍ତରଖାନାରେ ୪ଦିନ ପଡ଼ି ରହିବା ପରେ ଗତ ନଭେମ୍ବର ୨ ତାରିଖରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ତେବେ ସୂରଜ ଆଖି ବୁଜିବା ପୂର୍ବରୁ ସୁରଟ୍‌ର ଏକ ସେ୍‌ୱଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ପିତା ମାତାଙ୍କୁ ଅଙ୍ଗଦାନ କରିବା ପାଇଁ ବୁଝାଇ ଥିଲେ। ପିତା ବାବୁଲି ଓ ମାଆ ଗୀତାଞ୍ଜଳି ନିଜ ପୁଅର ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିବା ଲାଗି ସମ୍ମତି ଦେଇଥିଲେ। ସୂରଜଙ୍କ ହୃତପିଣ୍ଡ, ଦୁଇ ବୃକକ୍‌, ଯକୃତ ଏବଂ ଦୁଇଟି ଚକ୍ଷୁ ପ୍ରତିରୋପଣ କରାଯାଇ ୬ଜଣ ବ୍ୟକ୍ତି ନୂତନ ଜୀବନ ପାଇଥିଲେ। ଏହି ମହତ୍ କାର‌୍ୟ୍ୟ ଲାଗି ସୂରଜଙ୍କ ପରିବାରକୁ ପ୍ରଶଂସାର ସୁଅ ଛୁଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.