ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଆଇସିଡିଏସ୍ ପକ୍ଷରୁ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ଅଗ୍ନିସେବା କେନ୍ଦ୍ରରେ ପ୍ରଦାନ କରାଯାଉଛି ତାଲିମ । ଅଗ୍ନିସେବା କେନ୍ଦ୍ରର ଓଆଇସି ସଂଜୀବ କୁମାର ପ୍ରଧାନ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବାସୁଦେବପୁର ୪୧୮ ଗୋଟି କେନ୍ଦ୍ରର ହେଲପରମାନଙ୍କୁ ସାତୋଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଉଅଛି । ଅଙ୍ଗନୱାଡି କେନ୍ଦ୍ରର ରୋଷେଇ ବେଳେ ଗ୍ୟାସ ଦୁର୍ଘଟଣାଗ୍ରସ୍ତ ହେଲେ କିପରି ନିଜକୁ ସୁରକ୍ଷିତ ରଖିବେ , ତାର ଏକ ନମୁନା ପ୍ରଦର୍ଶନ କରିଥିଲେ ।







