Home କେନ୍ଦୁଝର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ବିଜେପି

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ବିଜେପି

50

ହାଟଡ଼ିହି,୨୨ / ୭/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟହିହି ବ୍ଲକ ବାଙ୍ଗୋର ପଞ୍ଚାୟତର ବାଙ୍ଗୋର ଗ୍ରାମ କରଡାପାଳ ସାହି ଓ ବାଲିବରେଇ ପଞ୍ଚାୟତର ଟିଲଗଡିଆ ସାହିରେ ଘଟିଥିବା ଅଗ୍ନିକାଣ୍ଡରେ ବିପନ୍ନ ପରିବାର ନିକଟରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ପହଞ୍ଚି ସହାୟତା ର ହାତ ବଢ଼ାଇଛି । ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ବାଲିବରେଇ ମଣ୍ଡଳ ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବରିଷ୍ଠନେତା ବିଜୟ ରାଉତ, ସୁଶାନ୍ତ ଜେନା, ପ୍ରୀୟବ୍ରତ ପୁହାଣ, ପ୍ରେମାନନ୍ଦ ନାୟକ ପ୍ରମୁଖ ବାଙ୍ଗୋର ଗ୍ରାମର ଅଭିରାମ ମହାରଣା, ଅଞ୍ଜନ ମହାରଣା ଓ କମଳାକାନ୍ତ ମହାରଣା ଓ ଟିଲଗଡିଆର ଜୁଝାର ମୁର୍ମୁଙ୍କ ଘରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିଛନ୍ତି । ବିପନ୍ନ ପରିବାର ଗୁଡିକୁ ତୁରନ୍ତ ସରକାରୀ ସହାୟତା ଓ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.