Home ଓଡ଼ିଶା ଅଗ୍ନି ବିପନ୍ନଙ୍କୁ ସହାୟତାର ହାତବଢ଼ାଇଲା ସମାଜ ଦର୍ପଣ

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତବଢ଼ାଇଲା ସମାଜ ଦର୍ପଣ

167

ହାଟଡିହି- ୩/୫/ ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମରେ ଗତ ତିନିଦିନ ତଳେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ପରିବାର ଗୁଡିକୁ ସମାଜ ଦର୍ପଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା କରାଯାଇଛି । ଏହି ଅଗ୍ନିକାଣ୍ଡରେ ସୁବାସ ପ୍ରଧାନ ଓ ଟେରା ପ୍ରଧାନଙ୍କ ଦୁଇଟି ପରିବାରର ୯ବଖରା ଘର ଜଳିଯାଇଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଭଷ୍ମୀଭୁତ ହୋଇଯାଇଥିଲା । ସମାଜ ଦର୍ପଣ ଟିମର ସଭାପତି ପ୍ରଶାନ୍ତ ସେନାପତିଙ୍କ ତତ୍ୱାବଧାନରେ ଦିବାକର ବେହେରା, ବିଶ୍ୱନାଥ ସେନାପତି, ସଂଗ୍ରାମ ସେନାପତିଙ୍କ ସମେତ ବହୁ ସଦସ୍ୟ ବିପନ୍ନଙ୍କ ପାଖରେ ପହଞ୍ଚି ପଲିଥିନି, ଶାଢ଼ୀ, ଲୁଙ୍ଗି, ଗାମୁଛା, ୧୫ଦିନର ରାସନ ସାମଗ୍ରୀ ପ୍ରଦାନ କରିôତଲେ । ପ୍ରଶାସନ ପକ୍ଷରୁ ତୁରନ୍ତ ବିପନ୍ନ ପରିବାର ଦୁଇଟିକୁ ବାସଗୃହ ଯୋଗାଇ ଦେବାକୁ ଟିମ ଲିଡର ପ୍ରଶାନ୍ତ ସେନାପତି ବିଡିଓଙ୍କ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.