Home ଜିଲ୍ଲା ପରିକ୍ରମା ଅଗ୍ନି ବିପନ୍ନଙ୍କୁ କଂଗ୍ରେସର ସହାୟକ

ଅଗ୍ନି ବିପନ୍ନଙ୍କୁ କଂଗ୍ରେସର ସହାୟକ

10

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ଗ୍ରାମର ରାମ ପଣ୍ଡାଙ୍କ ଘରେ ଗତ ୧ତାରିଖ ରାତ୍ରରେ ଅଗ୍ନୀକାଣ୍ଡ ଘଟି ୪ବଖରା ଘର ସଂପୂର୍ଣ୍ଣ ଜଳି ଯାଇଥିଲା । ଏହି ଅଗ୍ନୀକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନୀକାଣ୍ଡ ଘଟିଥିଲା । ବିପନ୍ନ ପରିବାର ଖୋଲା ଆକାସ ତଳେ ପଡ଼ି ରହିଥିବା ବେଳେ ଖବରପାଇ ଭଣ୍ଡାରିପୋଖରୀ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଓ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ପଲିଥିନ୍ ଓ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ଜିଲ୍ଲା ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ଦେବେନ୍ଦ୍ର ସିଂହ, ଚଗୁଲୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.