Home Top News ଅଗ୍ନିପଥ ଯୋଜନାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହେବ – ଧର୍ମେନ୍ଦ୍ର ପ୍ରଧାନ

ଅଗ୍ନିପଥ ଯୋଜନାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହେବ – ଧର୍ମେନ୍ଦ୍ର ପ୍ରଧାନ

56

– ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ମିଶି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କାମ କରିବ
– ଯୁବପିଢିଙ୍କୁ ‘ଅଗ୍ନିବୀର’ ହେବା ପାଇଁ ଅଧିକ ଦକ୍ଷ କରାଯିବ

ଭୁବନେଶ୍ୱର, ଜୁନ ୧୭ (ଓଡ଼ିଆ ପୁଅ) – ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଆରମ୍ଭ ହୋଇଥିବା ‘ଅଗ୍ନିପଥ ଯୋଜନା’ରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏକ ସୁଦୃଢ଼ ଓ ଭବିଷ୍ୟତ ପାଇଁ ପ୍ରତିରକ୍ଷା ବଳ ପ୍ରସ୍ତୁତ କରିବା, କୁଶଳୀ ଯୁବପିଢିଙ୍କୁ ସାମରିକ ନୈତିକତା ଓ ଅନୁଶାସନରେ ଗଢ଼ିବା ଏବଂ ଅଗ୍ନିବୀର ଭାବରେ ଦେଶର ସେବା କରିବା ପାଇଁ ଯୁବପିଢିଙ୍କୁ ସମର୍ଥ କରିବା ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନା ସହ ସହଯୋଗୀ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ମିଶି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କାମ କରିବ। ଏହା ଦ୍ୱାରା ଅଗ୍ନିପଥ ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ସାମରିକ ବଳର ବିଭିନ୍ନ ସୁଯୋଗ ସୃଷ୍ଟି ହେବ। ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଅତିରିକ୍ତ କୌଶଳ ସହ ସେମାନଙ୍କୁ ସେନାବାହିନୀ ନିଯୁକ୍ତିରେ ରହିବା ପାଇଁ ଅଧିକ ଦକ୍ଷ କରିବା ଦିଗରେ ସହଯୋଗ କରିବ।

ସମସ୍ତ ଅଗ୍ନିବୀର ମାନଙ୍କୁ ସେବାରେ ରହିବା ସମୟରେ ସ୍କିଲ ଇଣ୍ଡିଆ ସାର୍ଟିଫିକେଟ୍ ଯୋଗାଇ ଦିଆଯିବ। ଯାହା ସେମାନଙ୍କୁ ଉଦ୍ୟୋଗ ଏବଂ ଚାକିରି ଭୂମିକା ଗୁଡିକରେ ଅନେକ ପ୍ରକାରର ସୁଯୋଗ ପାଇବା ନିମନ୍ତେ ସକ୍ଷମ କରାଇବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ସଂସ୍ଥା ଗୁଡ଼ିକ ଡ଼ାଇକ୍ଟରେଟ୍ ଜେନେରାଲ ଅଫ୍ ଟ୍ରେନିଂ(ଡିଜିଟି), ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ(ଏନଏସଡ଼ିସି), ଦ ନ୍ୟାସନାଲ୍ କାଉନସିଲଂ ଅଫ୍ ଭୋକେସନାଲ୍ ଏଜୁକେସନ ଆଣ୍ଡ୍ ଟ୍ରେନିଂ(ଏନସିଭିଇଟି), ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଏଣ୍ଟର ପ୍ରିନୟରସିପ୍ ଆଣ୍ଡ୍ ସ୍ମଲ୍ ବିଜନେସ୍ ଡ଼େଭଲପମେଣ୍ଟ(ଏନଆଇଇଏସବିୟୁଡ଼ି), ସେକ୍ଟର ସ୍କିଲ୍ କାଉନସିଲ(ଏସଏସସି), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରପ୍ରିନରସିପ୍ (ଆଇଆଇଇ) ଭଳି ଅନେକ ସଂସ୍ଥା ଗୁଡ଼ିକ ଏହି ମିଶନ ସହ ଯୋଡ଼ିହେବେ। ଏହି ସଂସ୍ଥା ଗୁଡ଼ିକ ଦ୍ୱାରା ଅଗ୍ନିବୀରମାନେ ସେବାରେ ଥିବା ସମୟରେ ସମ୍ପୃକ୍ତ ଆବଶ୍ୟକ ଦକ୍ଷତା ପ୍ରମାଣପତ୍ର ପ୍ରାପ୍ତ କରିପାରିବେ। ଆମର ଅଗ୍ନିବୀରମାନେ ପ୍ରତିରକ୍ଷା କ୍ଷେତ୍ରରେ ଆମର ସମ୍ପତ୍ତି ହେବେ ଏବଂ ଦେଶକୁ ଆଧୁନିକ, ଟେକ୍ନୋଲୋଜି ଆଧାରିତ, ୟୋଥ୍ ଗ୍ଲୋବାଲ୍ ସୁପରପାଓ୍ୱାର କରିବାର ନିକଟତର ହେବେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.