ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଗ୍ରାମର ୬୫ ବର୍ଷୀୟ ବିଧବା ବୃଦ୍ଧା ରମାମଣୀ ଓଝାଙ୍କ ଘର ରାତ୍ର ପ୍ରାୟ ୯.୩୦ମି. ସମୟରେ ଜଳିଉଠିଥିଲା । ରମାମଣୀଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଦମକଳକେନ୍ଦ୍ରକୁ ଖବର ଦେଇଥିଲେ । ଭଣ୍ଡାରିପୋଖରୀରୁ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ତିନିବଖରା ଘର ଓ ଆସବାବପତ୍ର ଜଳିଯାଇଥିଲା । ଗ୍ୟାସ ଚୁଲାରୁ ଅଗ୍ନିକାଣ୍ଡ ହୋଇଛି ବୋଲି ଦମକଳ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତହସିଲ ପକ୍ଷରୁ ସହାୟତା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ସୂଚନା ଦେଇଛନ୍ତି ।