Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡ ବିପନ୍ନଙ୍କୁ ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ସହାୟତା

ଅଗ୍ନିକାଣ୍ଡ ବିପନ୍ନଙ୍କୁ ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ସହାୟତା

41

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନ ତଳେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡତଡ଼ା ଗ୍ରାମ ପଂଚାୟତ ଅଧୀନ ମଉଦା ଗ୍ରାମରେ ଘଟିଥିବା ଭୟବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ୬ଟି ପରିବାର ଲୋକଙ୍କୁ ଆଜି ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ଚେୟାରମେନ୍ ରୋ. ଅମ୍ବିକା ସ୍ୱାଇଁ ଓ ପିପି ରୋ. ସୁଧୀରଂଜନ ନାୟକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ମାଧ୍ୟମରେ ଚାଉଳ, ଚୁଡା, ବିସ୍କୁଟ, ଲୁଗା, ସପ ପ୍ରଭୃତି ରହିଛି। ଏଠାରେ ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ମଉଦା ଗ୍ରାମର ନିତ୍ୟାନନ୍ଦ ବାରିକ, ହିମାଂଶୁ ବାରିକ, ସୁଧାଂଶୁ ବାରିକ,ସୁରେନ୍ଦ୍ର ବାରିକ, ଆଶୁତୋଷ ବାରିକ, ପୂର୍ଣଚନ୍ଦ୍ର ବାରିକଙ୍କ ଘର ସଂପୂର୍ଣ୍ଣ ପୋଡିଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.