ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ମଙ୍ଗଳପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ପ୍ରଫୁଲ୍ଲ ପାଣିଗ୍ରାହୀ, ପ୍ରଶାନ୍ତ ପାଣିଗ୍ରାହୀ ଓ ପ୍ରଦୀପ ପାଣିଗ୍ରାହୀଙ୍କର ୪ବଖରା ଘର ସହ ଦୋକାନ ଜଳି ଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଶୁକ୍ରବାର ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ପ୍ରଫୁଲ୍ଲ ପାଣିଗ୍ରାହୀଙ୍କର ଦୁଇବଖରା, ପ୍ରଶାନ୍ତ ଓ ପ୍ରଦୀପ ପାଣିଗ୍ରାହୀଙ୍କର ଗୋଟିଏ ଲେଖାଏଁ ବଖରା ଆଜବେଷ୍ଟସ ଘର ପୋଡ଼ି ଯାଇଥିବା ଜଣାପଡ଼ିଛି । ଏହି ଅଗ୍ନୀକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଥିବା ଜଣାପଡ଼ିଛି । ଖବର ପାଇ ତିହିଡ଼ି ଦମକଳ ବାହିନୀର ଆଗ୍ନିକ ଆଲୋକଦେବ ଗୋସ୍ୱାମୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ସୂଚନା ଯୋଗ୍ୟ ଯେ ଅଗ୍ନି ବିପନ୍ନ ପ୍ରଫୁଲ୍ଲ ଘରେ ନଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।