ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଭୟାବହ ଅଗ୍ନିକାଣ୍ଡରୁ ଆଗରପଡ଼ା ମୁଖ୍ୟ ବଜାର କଲେଜ ଛକ ସ୍ଥିତ ପତି ମୋବାଇଲ ଦୋକାନ ବର୍ତ୍ତି ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ମଙ୍ଗଳବାର ସଂଧ୍ୟା ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୋକାନର ସମ୍ମୁଖ ଭାଗରେ ଅଗ୍ନି ସଂଯୋଗ ହୋଇ ଯାଇଥିଲା । ଦମକଳ ଘଟଣା ସ୍ଥଳରେ ପହଂଚିବା ପୂର୍ବରୁ ଲୋକମାନେ ନିଆଁ ଲିଭାଇବାରେ ସମର୍ଥ ହେବା ଦ୍ୱାରା ଏକ ଭୟାବହ ଅଗ୍ନିକାଣ୍ଡରୁ ଦୋକାନଟି ବର୍ତ୍ତି ଯାଇଥିଲା ।