Home ଜିଲ୍ଲା ପରିକ୍ରମା ଅଗଷ୍ଟ ୧୫ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ନୃତ୍ୟ ଚୟନ କାର୍ଯ୍ୟକ୍ରମ

ଅଗଷ୍ଟ ୧୫ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ନୃତ୍ୟ ଚୟନ କାର୍ଯ୍ୟକ୍ରମ

4

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଅଗଷ୍ଟ ୧୫ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ନୃତ୍ୟ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ଜିଲ୍ଲାର ଅନେକ ସ୍କୁଲ ଭାଗ ନେଇଥିଲେ। ସେଥିରୁ କୃତିତ୍ୱ ଅର୍ଜନ କରିଥିବା ପ୍ରମୁଖ ତିନି ଦଳ ଭଦ୍ରକ କଲେଜ ପଡିଆ ଠାରେ ଅଗଷ୍ଟ ୧୫ ଦିନ ହେଉଥିବା ପେରେଡ ରେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ରୋଟ।ରିଆନ ଅତିସ କୁମାର ବେହେରା ଓ ମିନାକ୍ଷୀ ଗର। ବରୁ। ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭଦ୍ରକ ଙ୍କ ତତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା ।ପ୍ରଥମ ,ଦ୍ୱିତୀୟ,ତୃତୀୟସ୍ଥାନ ଅଧିକାର କରିଥିବା ସ୍କୁଲ ହେଉଛନ୍ତି ଯଥାକ୍ରମେ କାର୍ମେଲ ସ୍କୁଲ, ଭଦ୍ରକ, ସେଂଟ ଜାଭିୟର୍ସ,ଚରମ୍ପା, ଜ୍ୟୋତି କନଭେଂଟ ସ୍କୁଲ, ଭଦ୍ରକ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚୟନକାରୀ ଥିଲେ, ଦିବ୍ୟଜ୍ୟୋତି ବିଶ୍ୱାଳ,ପ୍ରଜ୍ଞା ପ୍ରିୟଦର୍ଶିନୀ ପାଣି, ପ୍ରଭାତ କୁମାର ମହାନ୍ତି। ଏଥିରେ କୃତକାର୍ଯ୍ୟ ସମସ୍ତ ପ୍ରତିଯୋଗୀ ତଥା ଚତୁର୍ଥ ସ୍ଥାନ ରେ ରହିଥିବା ଜିଲ୍ଲା ସ୍କୁଲ କୁ ରୋଟାରୀ ମିଡ ଟାଉନ୍ କ୍ଲବ୍ ତରଫ ରୁ ଟ୍ରଫି ପ୍ରଦାନ ସନ୍ଧ୍ୟା ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.