Home ଜିଲ୍ଲା ପରିକ୍ରମା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ପୁନଃନିର୍ବାଚିତ, ରାଜ୍ୟ ସଂପାଦିକା ସୁରଜିତା ନାୟକଙ୍କୁ ଭଦ୍ରକରେ ସ୍ୱାଗତ...

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ପୁନଃନିର୍ବାଚିତ, ରାଜ୍ୟ ସଂପାଦିକା ସୁରଜିତା ନାୟକଙ୍କୁ ଭଦ୍ରକରେ ସ୍ୱାଗତ ଓ ସମ୍ବର୍ଦ୍ଧନା

9

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ସେପ୍େଟମ୍ବର ୭- ୮ ତାରିଖ ଭୁବନେଶ୍ୱର ଖାରବେଳନଗର ସ୍ଥିତ ଓ ଏସ ଏ ଏସ ଭବନଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୪ ତମ ଦୁଇଦିନିଆ ରାଜ୍ୟ ସମ୍ମିଳନୀରେ ସଂଗଠନର ପୁନଃ ନିର୍ବାଚିତ ରାଜ୍ୟ ସଂପାଦିକା ସୁରଜିତା ନାୟକଙ୍କୁ ଭଦ୍ରକ ନେତାଜୀ ନଗର ସ୍ଥିତ ଜାନକୀ ନିଳୟ ଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ମହିଳା ମାନଙ୍କ ଉପରେ ହେଉଥିବା ହିଂସା ବିରୁଦ୍ଧରେ ଲଢେଇ କରିବା ସହ ସମ୍ବିଧାନ ଓ ମହିଳା ମାନଙ୍କ ଅଧିକାର ର ସୁରକ୍ଷା ପାଇଁ ସେ ନିଷ୍ଠାର ସହ ଲଢିବେ ବୋଲି ତାଙ୍କ ସମ୍ବର୍ଦ୍ଧନା ସଭାରେ ଶ୍ରୀମତି ସୁରଜିତା ନାୟକ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲ୍ଲା ସଭାନେତ୍ରୀ ପ୍ରଭାତି ଜେନା, ସଂପାଦିକା ମମତା ଜେନା, ମହିଳା ନେତ୍ରୀ ସୀତା ଦାସ, ସିପ୍ରା ମହାପାତ୍ର, ସୁମତି ନାୟକ, ପ୍ରଭାତୀ ଦାଶ, କାମିନୀ ଭୋଇ, ମଧୁସ୍ମିତା ପାକଳ, ରୋଜାଲିନି ସାମ୍ୟବାଦୀ, ଶାନ୍ତିଲତା ବାରିକ୍ ପ୍ରମୁଖ ଉପସ୍ଥିତ ଥିବାବେଳେ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଗୌରାଙ୍ଗ ଯେନା, ମଳୟ ଭୋଇ, ସତ୍ୟମୂର୍ତି ବେହେରା, ରମେଶ ସାହୁ, ଗିରିଧାରୀ ନାଥ, ଯୁବ ନେତା ପ୍ରତାପ ସେଠୀ ପ୍ରମୁଖ ଉପସ୍ଥିତ ହୋଇ ଶ୍ରୀମତି ନାୟକ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.