Home ଜିଲ୍ଲା ପରିକ୍ରମା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୪ ତମ ଭଦ୍ରକ ଜିଲ୍ଲା ସମ୍ମିଳନୀ

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୪ ତମ ଭଦ୍ରକ ଜିଲ୍ଲା ସମ୍ମିଳନୀ

9

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ୧୪ ତମ ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ ଗଣତନ୍ତ୍ର, ସମାନତା, ନାରୀ ମୁକ୍ତି ସ୍ଳୋଗାନ ସହ ଶତାଧିକ ମହିଳା ଭଦ୍ରକ ବନ୍ତ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଭଦ୍ରକ ସହର ପରିକ୍ରମା କରି ସଂସ୍କୃତି ଭବନ ଠାରେ ପହଂଚିଥିଲା । ଜିଲ୍ଲା ସଭାନେତ୍ରୀ ପ୍ରଭାତୀ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଗଠନର ସର୍ବଭାରତୀୟ ନେତ୍ରୀ ତାପସୀ ପ୍ରହରାଜ ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ର ପ୍ରୋତ୍ସାହିତ ମହିଳା ହିଂସା ବଂଦ କରିବା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆନୁଷ୍ଠାନିକ ହତ୍ୟା ଘଟଣାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରିଥିଲେ । ଭାରତୀୟ ସମ୍ବିଧାନ ବଦଳରେ ମନୁସ୍ମୃତି କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାର ପ୍ରାଥମିକ ପର୍ଯ୍ୟାୟରେ ଶିକ୍ଷାର ଗୈରୀକରଣ କରୁଥିବାରୁ ମୋଦି ସରକାରଙ୍କ ଏହି ଧର୍ମନିରପେକ୍ଷତା ବିରୋଧୀ ପାଠ୍ୟକ୍ରମ କୁ ଶ୍ରୀମତି ପ୍ରହରାଜ ବିରୋଧ କରିଥିଲେ ।ଆମ ଦେଶରେ ବୈଜ୍ଞାନିକ ସମାଜବାଦ ପ୍ରତିଷ୍ଠା ପାଇଁ ମହିଳା ମାନେ ଏକଜୁଟ ହୋଇ ଲଢେଇ କରିବାକୁ ଶ୍ରୀମତି ପ୍ରହରାଜ ଆହ୍ୱାନ ଜଣାଇଥିଲେ । ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ସଂଗଠନର ରାଜ୍ୟ ସଂପାଦିକା ସୁରଜିତା ନାୟକ, ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଆସିଆନାର ନିର୍ଦ୍ଦେଶକ ସେକ୍ ଶୋଫିଆ, ଇନରହୁଇଲ ସଭାନେତ୍ରୀ ସ୍ନେହଲତା ବେହେରା, ମହିଳା ନେତ୍ରୀ ଝରଣା ପଟ୍ଟନାୟକ, ମହିଳା ନେତ୍ରୀ ଅଞ୍ଜନା ମିଶ୍ର ପ୍ରମୁଖ ଯୋଗଦେଇ ନିଜ ଅଧିକାରର ସୁରକ୍ଷା ପାଇଁ ନାରୀ ମାନେ ଐକ୍ୟବଦ୍ଧ ହୋଇ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ସମ୍ମିଳନୀର ସଫଳତା କାମନା କରି ଭାତୃପ୍ରତିମ ସଂଗଠନ ସିଆଇଟିୟୁ ର ଭଦ୍ରକ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଯୁବ ନେତା ବିକାଶ ନାଥ, ଶ୍ରମିକ ନେତା ମଳୟ ଭୋଇ, ବିଷ୍ଣୁ ଦାଶ, ଉଜ୍ୱଳ ଯେନା, ଶିକ୍ଷକ ନେତା ଚିତ୍ରଭାନୁ ଦାଶ, ଯୁବ ଆଇନଜୀବୀ ଅମ୍ରିତ ପ୍ରିତମ ନାୟକ ପ୍ରମୁଖ ଯୋଗଦେଇ ଦେଶର ଏକତା, ଭାଇଚାରା, ଅଖଣ୍ଡତା ଓ ସମ୍ବିଧାନର ସୁରକ୍ଷା ପାଇଁ ମହିଳା ମାନେ ଲଢେଇ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ । ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାନେତ୍ରୀ ପ୍ରଭାତି ଜେନା ସଂଗଠନର ପତାକା ଉତୋଳନ କରିଥିବା ବେଳେ ଜିଲ୍ଲାର ୭ ଟି ବ୍ଲକ ରୁ ଆସିଥିବା ମୋଟ ୨୫୬ ଜଣ ପ୍ରତିନିଧି ମାନଙ୍କ ମଧ୍ୟରୁ ୧୭ ଜଣ ପ୍ରତିନିଧି ସମ୍ମିଳନୀର ରିପୋର୍ଟ ଉପରେ ଆଲୋଚନା କରିଥିଲେ । ସମ୍ମିଳନୀର ଶେଷ ପର୍ଯ୍ୟାୟରେ ଏକ ୧୯ ଜଣିଆ ଜିଲ୍ଲା କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ନୂତନ ଜିଲ୍ଲା ସଭାନେତ୍ରୀ ଭାବେ ମମତା ଜେନା ଓ ଜିଲ୍ଲା ସମ୍ପାଦିକା ଭାବେ ପ୍ରଭାତି ଯେନା ନିର୍ବାଚିତ ହୋଇଥିଲେ । ଉପସଭାନେତ୍ରୀ ଭାବେ ସୁମତି ନାୟକ, ପ୍ରଭାତି ଦାଶ, ସଂଯୁକ୍ତା ମାଦକ,ଶାନ୍ତିଲତା ବାରିକ୍‌, ସହ ସଂପାଦିକା ପାଇଁ ରୋଜାଲିନି ସାମ୍ୟବାଦୀ, ସୀତାରାଣି ଦାସ, କାମିନୀ ଭୋଇ, ଶାନ୍ତିଲତା ନାୟକ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା କମିଟି ସଭ୍ୟା ଭାବେ ମଧୁସ୍ମିତା ପାକଳ, ସେକ୍ ତସଲିମା, ପାକିନି ମୁଣ୍ଡା, ସବିତା ବିଶ୍ୱାଳ, ପ୍ରତିଭା ରାଉତ, ରିନାରାଣୀ ସାହୁ, ବାସନ୍ତୀ ବେହେରା ନିର୍ବାଚିତ ହୋଇଥିଲେ । ଆସନ୍ତା ସେପ୍େଟମ୍ବର ୭ ଓ ୮ ତାରିଖ ଭୁବନେଶ୍ୱରରେ ହେବାକୁ ଥିବା ସଂଗଠନ ର ୧୪ ତମ ରାଜ୍ୟ ସମ୍ମିଳନୀକୁ ଭଦ୍ରକ ଜିଲ୍ଲାରୁ ୧୫ ଜଣ ପ୍ରତିନିଧି ଓ ୨ ଜଣ ଦର୍ଶକଙ୍କ ସହ ୫୦୦ ମହିଳା ରାଜ୍ୟ ସମ୍ମିଳନୀ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ମହିଳା ସମାବେଶରେ ଯୋଗଦେବେ ବୋଲି ସମ୍ମିଳନୀରେ ସ୍ଥିର ହୋଇଥିଲା । ଆମ ଜିଲ୍ଲାର ମହିଳା ମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ସହ ଜିଲ୍ଲାର ମହିଳାମାନଙ୍କ ଗଣତାନ୍ତ୍ରିକ ଅଧିକାର ର ସୁରକ୍ଷା ପାଇଁ ଜିଲ୍ଲାରେ ମହିଳା ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି । ଏହି ସମ୍ମିଳନୀରେ ପ୍ରାୟ ୩୦୦ ମହିଳା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.