Home ଜିଲ୍ଲା ପରିକ୍ରମା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲା କମିଟି ପକ୍ଷରୁ ମୌମିତା ହତ୍ୟାକାରୀଙ୍କୁ ଗିରଫ...

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲା କମିଟି ପକ୍ଷରୁ ମୌମିତା ହତ୍ୟାକାରୀଙ୍କୁ ଗିରଫ ଦାବିରେ ପ୍ରତିବାଦ ସଭା

10

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଭଦ୍ରକ ଜିଲା କମିଟି ପକ୍ଷରୁ କୋଲକାତା ନଗରୀରେ ଥିବା ଆରଜି କର ହସ୍‌ପିଟାଲରେ ଅବସ୍ଥିତ ଡାକ୍ତରୀ ମୌମିତା ଦେବନାଥଙ୍କୁ ଯେଭଳି ଗଣଧର୍ଷଣ କରି ଅମାନୁଷିକ ଭାବେ ହତ୍ୟାକାରୀମାନେ ସମସ୍ତ ପ୍ରମାଣ ନଷ୍ଟ କରିଦେଇଛନ୍ତି, ତାହାର ପ୍ରତିବାଦରେ ଆଜି ଶତାଧିକ ମହିଳା ହତ୍ୟାକାରୀମାନଙ୍କୁ ଗିରଫ କରିବା ଦାବିରେ ଏକ ପ୍ରତିବାଦ ସଭା ମହିଳା ସମିତିର ରାଜ୍ୟ ସଂପାଦିକା ସୁରଜିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଭଦ୍ରକ ବନ୍ତଛକସ୍ଥିତ ବସ୍‌ଷ୍ଟାଣ୍ଡରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ମହିଳାମାନେ ହତ୍ୟାକାରୀମାନଙ୍କୁ ଫାଶୀଦଣ୍ଡ ଦିଆଯିବା ସହ ମୌମିତାଙ୍କୁ ନ୍ୟାୟ ପ୍ରଦାନ, କେନ୍ଦ୍ର ଓ ରାଜ୍ୟ ସରକାର ଏହି ଘଟଣାର ଅନୁଧ୍ୟାନ ପୂର୍ବକ ତଦନ୍ତ ଦାୟିତ୍ୱ କୋଲକାତା ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରିଛନ୍ତି । ଏହି ପ୍ରତିବାଦ ସଭାରେ ଶିଖା ମହାପାତ୍ର, ସୁମତି ନାୟକ, ସଂଯୁକା ଯାଦବ, ଶାନ୍ତିଲତା ନାୟକ, ପାକିନୀ ମୁଣ୍ଡାଙ୍କ ସମେତ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ସେକ୍ କମର ଓ ମଂଟୁ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ମହିଳା ଓ ପୁରୁଷ ସଦସ୍ୟମାନେ ମୌମିତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଜାଳି ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.