Home ଜିଲ୍ଲା ପରିକ୍ରମା ଅଖିଳ ଭାରତ କୃଷକ ମହସଭାର ଚାଷୀସମସ୍ୟା ନେଇ ସଭା, ସଂଗଠିତ ହେଲେ ଚାଷୀମାନଙ୍କର ସମସ୍ୟା ସମାଧାନ...

ଅଖିଳ ଭାରତ କୃଷକ ମହସଭାର ଚାଷୀସମସ୍ୟା ନେଇ ସଭା, ସଂଗଠିତ ହେଲେ ଚାଷୀମାନଙ୍କର ସମସ୍ୟା ସମାଧାନ ହୋଇପାରିବ

99

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଜାମଯୋଡ଼ି ପଞ୍ଚାୟତ ଅଧୀନ ନୀଳକଣ୍ଠପୁର ଗ୍ରାମରେ ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷକ ନେତା ଅଭିମନ୍ୟୁ ରାଉତ ସଭାପତିତ୍ୱ କରିଥିଲେ। ଏହି ସଭାରେ ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସମ୍ପାଦକ ଅଶୋକ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକମାନେ ସଂଗଠିତ ହୋଇପାରିଲେ ସେମାନଙ୍କର ସମସ୍ୟାର ସମାଧାନ ହୋଇପାରିବ। ବର୍ତ୍ତମାନ ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ଆରମ୍ଭ ହୋଇଛି। ଏହି ଧାନ କ୍ରୟ ପାଇଁ ସରକାରଙ୍କ ନୀତି ନିୟମରେ ତ୍ରୁଟି ବିଚ୍ୟୁତି ରହିଛି। ଚାଷୀମାନଙ୍କ ଠାରୁ କିପରି ଉଚିତ୍ ମୂଲ୍ୟରେ ଧାନ କ୍ରୟ କରାଯିବା ସହିତ ଭାଗଚାଷୀମାନଙ୍କ ଠାରୁ ଧାନ କିଣାଯିବାର ବ୍ୟବସ୍ଥା କରାଯିବ ସେନେଇ ଚାଷୀମାନେ ଦାବି କରିବା ଆବଶ୍ୟକ। ଏହି ଦାବି ପୂରଣ ପାଇଁ ଆବଶ୍ୟକ ପଡ଼ିଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ। ଏହି ସଭାରେ ମୁଖ୍ୟବକ୍ତା ଭାବେ ଜିଲା ସମ୍ପାଦକ ସମର ବଳ ଯୋଗ ଦେଇ ଚାଷୀମାନେ ଅଖିଳ ଭାରତ କୃଷକ ମହାସଭା ସହିତ ଯୋଡ଼ି ହୋଇ ରହିଲେ ସେମାନଙ୍କର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାରିବ ବୋଲି କହିଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ତିହିଡ଼ି ଜୋନ ସମ୍ପାଦକ ନରେନ୍ଦ୍ର ବିଶ୍ୱାଳ, କୃଷକ ନେତା ଶଂକର୍ଷଣ ରାଉତ, ମନ୍ମଥ ବାରିକ, ପ୍ରଭାତ ନାୟକ, ଦେବେନ୍ଦ୍ର ନାୟକ, କୁଞ୍ଜବିହାରୀ ବେହେରା, ସଂଯୁକ୍ତା ବେହେରା, ବିଜୟ ବେହେରା, କମଳା ଦାସ, ରସିକା ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀ ଭିକାରୀ ରାଉତ, ଶତ୍ରୁଘନ ରାଉତ, ସ୍ନେହାଶିଷ ବିଶ୍ୱାଳ, ରମେଶ ନାୟକ, ସରୋଜ ମିଶ୍ର, ନିରାକାର ରାଉତ, ଶ୍ରୀଧର ନାୟକ, ବିଚିତ୍ର ଦାସ, ବାଦଲ ମଲ୍ଲିକ, ଅନାଦି ରାଉତ, ଖଗେଶ୍ୱର ବାରିକ, ସୋମନାଥ ଦାସ, ଡଗର ନାୟକ ପ୍ରମୁଖଙ୍କ ସହିତ ବହୁ ଚାଷୀ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଚାଷୀମାନଙ୍କୁ ନେଇ ଏକ ୧୭ଜଣିଆ ଚାଷୀ କମିଟି ଗଠନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.