Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ (ଉଚ୍ଚଶିକ୍ଷା) ଭଦ୍ରକ ଜିଲ୍ଲାର ନୂତନ କାର୍ଯ୍ୟକର୍ତା

ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ (ଉଚ୍ଚଶିକ୍ଷା) ଭଦ୍ରକ ଜିଲ୍ଲାର ନୂତନ କାର୍ଯ୍ୟକର୍ତା

19

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ (ଉଚ୍ଚଶିକ୍ଷା) ଭଦ୍ରକ ଶାଖାର ନୂତନ କାର୍ଯ୍ୟକର୍ତା ଚୟନ ପ୍ରକ୍ରିୟା ଗତ ରବିବାର ଦିବା ୧୦ ଘଟିକା ସମୟରେ ଓମସିସି କଲେଜ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସଂଘର ସଭାପତି ପ୍ରଫେସର ଶିବବ୍ରତ ଦାସଙ୍କ ତତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପାର୍ଥସାରଥୀ ଦାସ ମୁଖ୍ୟ ଅତିଥି ଭାବେ, ଡ଼. ଜଗନାଥ ବେହେରା (ରାଜ୍ୟ ଉପସଭାପତି), ଡ଼. ବିଷ୍ଣୁଭୂଷଣ ଜେନା (ରାଜ୍ୟ କୋଷାଧକ୍ଷ) ଓ ଡ଼. ଦୀପ୍ତାଂଶୁଭୂଷଣ ପତି (ରାଜ୍ୟ ସାଧାରଣ ସମ୍ପାଦକ) ବୈଠକରେ ଯୋଗଦେଇ ସଂଗଠନର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ କହିଥିଲେ । ଭଦ୍ରକ ଜିଲ୍ଲାର ସଭାପତି ଭାବେ ଡ଼. ନାରାୟଣ ପ୍ରସାଦ ବେହେରା, ଯୁଗ୍ମ ଉପସଭାପତି ରୂପେ ଚିତରଞ୍ଜନ ଦାସ ଏବଂ ଅଭିଳାଷ ପଣ୍ଡା, ସମ୍ପାଦକ ରୂପେ ପ୍ରଭାତ କୁମାର ଧଳ, ଅତିରିକ୍ତ ସମ୍ପାଦକ ରୂପେ ଶ୍ରୀଧର ସାହୁ ଏବଂ ରବୀନ୍ଦ୍ର କୁମାର ମହାପାତ୍ର ତଥା କୋଷାଧକ୍ଷ ଭାବେ ଡ଼. ରମେଶ ଚନ୍ଦ୍ର ଦାସଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା। ସଂଗଠନର ଉପଦେଷ୍ଟା ରୂପେ ନିହାର ରଞ୍ଜନ କର, ସ୍ନେହାଂଶୁ ଶେଖର ମହାନ୍ତି, ରବୀନ୍ଦ୍ର କୁମାର ପାଣିଗ୍ରାହୀ ଏବଂ ଦିଲ୍ଲୀପ କୁମାର ମହାନ୍ତିଙ୍କୁ କାର୍ଯ୍ୟଭାର ଅର୍ପଣ କରାଗଲା । ଜିଲ୍ଲାର କୋଣଅନୁକୋଣରୁ ଅଧ୍ୟାପକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପୂର୍ଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.