Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ଭାଇଚାରା ସଂଘ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା

ଅଖିଳ ଭାରତୀୟ ଭାଇଚାରା ସଂଘ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା

51

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଧାର୍ମିକ ଆଧାରରେ ଗୁଳି ମାରି ହତ୍ୟା କରିବା ଘଟଣାକୁ ନେଇ ଭଦ୍ରକର ଅଖିଳ ଭାରତୀୟ ଭାଇଚାରା ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଏବଂ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାମୂହିକ ଦୀପଦାନ କାର୍ଯ୍ୟକ୍ରମରେ ଏଭଳି ଅମାନବୀୟ ବର୍ବରୋଚିତ କାଣ୍ଡ ଭିଆଉଥିବା ସମସ୍ତ ଆତଙ୍କବାଦୀ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ସରକାର ଓ ସେନା ବିରୁଦ୍ଧରେ ଭାରତ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ପାକିସ୍ତାନ ଏବଂ ଆତଙ୍କବାଦ ବିରୁଦ୍ଧରେ ମୂର୍ଦ୍ଦାବାଦର ନାରା ଦିଆଯାଇଥିଲା। ଏଥିରେ ସଂଘ ପକ୍ଷରୁ ସଭାପତି ସେକ୍ ବାବୁଜାନ, ନସିମୁଦ୍ଦିନ୍ କାଦ୍ରୀ, ଫକିରୁଦ୍ଦିନ୍ ସାହା, ମୂର୍ତୁଜା ଅଲ୍ଲୀ ଖାଁ, ଆଲୋକ ବେହେରା, ବବି, ନମିତା ବେହେରା, ଜହୁର ଖାନ୍‌, ସରିଫ୍ ଅଲ୍ଲୀ, କାଳିଆ, ଅମିରଙ୍କ ସମେତ ଆଇନ୍‌ଜୀବୀ ତାହେର ମହମ୍ମଦ, କାଉନ୍‌ସିଲର ସହିଦ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.