Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ବିଶାଳ ଆଇନ୍ ସେବା ଶିବିର

ଅଖିଳ ଭାରତୀୟ ବିଶାଳ ଆଇନ୍ ସେବା ଶିବିର

34

ନୟାଗଡ଼, ୧୩ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଅଖିଳ ଭାରତୀୟ ଆଇନ ସଚେତନତା ଓ ପ୍ରସାରଣ ଅଭିଯାନ ପରିପ୍ରେକ୍ଷୀରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ସରକାରୀ ଜନମଙ୍ଗଳକାରୀ ସହାୟତା ବଂଟନ ନିମନ୍ତେ ଏକ ବିଶାଳ ଆଇନ ସେବା ଶିବିର ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଡିଆରଡିଏର ସୃଜନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତୀ ବି.ଆର.ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲାବେଳେ ଅନ୍ୟତମ ଅତିଥିଭାବେ ଜଜ୍ ଶତୃଘ୍ନ ପୂଜାହାରୀ ଏବଂ ଆଦିତ୍ୟ କୁମାର ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ ଆଜାଦିର ଅମ୍ରିତ ମହୋତ୍ସବ ଶିବିରର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଲୋକ ଅଦାଲତ, ମାଗଣା ଆଇନ ସେବା ସାହାର୍ଯ୍ୟ ଓ ସହଯୋଗ ଆଦି ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହ ଆଇନ ସଚେତନତା କାର୍ଯ୍ୟକ୍ରମର ବିଶଦ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପାଳ ଡ.ପୋମା ଟୁଡୁ, ଏସ୍ ପି ସିଦ୍ଧାର୍ଥ କଟାରିଆ, ଆଡ଼ହକ୍ ଅତିରିକ୍ତ ଜିଲ୍ଲାଜଜ୍‌ ବିରଂଚି କୁମାର ରଥ, ଏଡିଜେ ଇତିଶ୍ରୀ ମହାପାତ୍ର, ଫ୍ୟାମିଲି କୋର୍ଟ ଜଜ୍ ପ୍ରଶାନ୍ତ କୁମାର ମିଶ୍ର, ସିଜେଏମ୍ ପ୍ରଜ୍ଞା ପରମିତା ମହାପାତ୍ର, ରେଜିଷ୍ଟ୍ରାର ଚିତରଂଜନ ମିଶ୍ର, ମହିଳା ବିଚାରପତି ବନାନୀ ତ୍ରୀପାଠି, ସବ୍‌ଜଜ୍ ପବିତ୍ରାନନ୍ଦ ପ୍ରଧାନ, ଏସ୍ ଡି ଜେଏମ୍ ବବିତା ପାତ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରାଧିକରଣ ସଚିବ ରଞ୍ଜୁଲତା ଲେଙ୍କା ସମସ୍ତଙ୍କ ସହଯୋଗ ପାଇ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.