Home ଜିଲ୍ଲା ପରିକ୍ରମା ଅଖା ଦୁର୍ନୀତି ରୋକିବ କିଏ! , ୧୦ ଲକ୍ଷ ବସ୍ତାର ଅର୍ଥ ହଡପ

ଅଖା ଦୁର୍ନୀତି ରୋକିବ କିଏ! , ୧୦ ଲକ୍ଷ ବସ୍ତାର ଅର୍ଥ ହଡପ

498

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନକିଣା ଋତୁରେ ଧାନ ବେପାରୀମାନେ ସକ୍ରୀୟ ହୋଇ ଉଠିଛନ୍ତି । ଏଥିରେ କେତେକ ସରକାରୀ ଅଧିକାରୀ ସାମିଲ ହୋଇଛନ୍ତି । ସରକାରଙ୍କ ଆଖିରେ ଆଙ୍ଗୁଳି ଗେଂଜି ଚାଷୀଙ୍କ ପାଇଁ ଆସୁଥିବା ଅଖାବସ୍ତା ଅର୍ଥକୁ ମିଲର ସମବାୟ ସମିତିର କାର୍ଯ୍ୟକର୍ତ୍ତାମାନେ ହଡପ କରିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଚାଷୀମାନେ ଧାନ ଅମଳ କରି ନିଜ ଖଳାରୁ ସରକାରୀ ମଣ୍ଡିକୁ ଅର୍ଥାତ୍ ସମବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଧାନକିଣା ମଣ୍ଡି ପର୍ଯ୍ୟନ୍ତ ଆଣିବା ବେଳେ ମିଲରମାନେ ଅଖାବସ୍ତା ଯୋଗାଇଦେବେ । ପ୍ରତିବର୍ଷ ଏହି ନୂଆ ଅଖାବସ୍ତା ମିଲରମାନେ ବର୍ଷ ବର୍ଷ ହେଲା ସରକାରୀ ଗାଇଡ୍‌ଲାଇନ୍‌କୁ ଫାଙ୍କି ଅଖା ବସ୍ତା ଦେଉନାହାଁନ୍ତି । ଚଳିତବର୍ଷ ହୋ ହଲ୍ଲା ହେବା ପରେ ପୁରୁଣା ଅଖାବସ୍ତା ଏବେ କିଛି ସମବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଧାନ ମଣ୍ଡି ନିକଟକୁ ପଠାଇଛନ୍ତି । ନଭେମ୍ବର ୨୦ ରୁ ଧାନ ଅମଳ କରି ଚାଷୀ ନିଜ ଖଳାରେ ଗଦା କରି ରଖିଛି । ଏହାକୁ ତୁରନ୍ତ ବିକ୍ରି କରିବା ପାଇଁ ଚାଷୀ ନିଜ ଛକ ଓ ବଜାରରୁ ପ୍ଲାଷ୍ଟିକ୍ ବସ୍ତା କିଣି ଧାନ ଭର୍ତ୍ତି କରି ଟ୍ରଲି ରିକ୍ସା ଓ ଟ୍ରାକ୍ସଟରରେ ସମିତି ମଣ୍ଡିକୁ ଆଣୁଛନ୍ତି । ଆଉ କିଏ ଦଲାଲଙ୍କ ହାତରେ ଅର୍ପଣ କରୁଛନ୍ତି । ନଭେମ୍ବରରୁ ଅମଳ ହୋଇଥିବା ଧାନ କେମିତି ଫେବୃୟାରୀ ବେଳକୁ ବିକ୍ରି ହେଉ, ସେ କଥା ମିଲର ଚାହୁଁଛନ୍ତି । କାରଣ ଦୁଇ ଅଢେଇ ମାସ ସମୟ ଗଡିଗଲେ ଧାନ ଶୁଖିଯାଇଥିବ ଓ ଲାଭାନ୍ୱିତ ହେବେ ମିଲର । ଚାଷୀମାନେ ପ୍ଲାଷ୍ଟିକ୍ ବସ୍ତାରେ ଧାନ ଭର୍ତ୍ତି କରି ସିଲ୍ କରିବା ପରେ ଓ ଶହ ଶହ କ୍ୱିଣ୍ଟାଲ ଦାନ ବିକ୍ରି ହୋଇଯିବା ପରେ ଏବେ ଧରପଗଡ ହେବାରୁ ମିଲରମାନେ ତରବରିଆ ଭାବେ ୫ ବର୍ଷ ତଳରୁ ତାଙ୍କ ଗୋଦାମରେ ପଡିଥିବା ଚିରା ଫଟା ଅଖାକୁ ମଣ୍ଡିରେ ପହଞ୍ଚାଉଛନ୍ତି । ତେବେ ସେହି ଫଟା ଅଖା କଣ ହେବ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ୬୪ ହଜାର କ୍ୱିଣ୍ଟାଲ ଧାନ ଟାର୍ଗେଟ୍ ଦିଆଯାଇଥିଲା ।

ଏହାକୁ ୨୧ ଜଣ ମିଲର କିଣିବେ । ଜିଲା ଭିତରୁ ଏହି ୨୧ ଟି ବାହାର ଜିଲାର ୧୦ଟି ରାଇସ୍ ମିଲଙ୍କ ଜରିଆରେ ଭଦ୍ରକ ଜିଲା ଯୋଗାଣ ବିଭାଗ ୯୮ଟି ସମବାୟ ସମିତି ଓ ୫୬ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଫେବୃୟାରୀ ୧୨ ତାରିଖ ସୁଦ୍ଧା ୧୩ ଲକ୍ଷ ୬୪ ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୫୨ ହଜାର କ୍ୱିଣ୍ଟାଲ କିଣିବା ପାଇଁ ମିଲରଙ୍କୁ ଟ୍ୟାଗ୍ କରାଯାଇଛି । ଏହାପରେ ଆହୁରି ୫ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବାକୁ ଦ୍ୱିତୀୟ ଦଫାର ଟାର୍ଗେଟ୍ ଦିଆଯିବ ବୋଲି ଯୋଗାଣ ଅଧିକାରୀ କହୁଛନ୍ତି । ମୋଟ ଉପରେ ଭଦ୍ରକ ଜିଲାକୁ ମୋଟ ୧୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍ ଦିଆଯିବ । ପ୍ରଥମ ଦଫାରେ ୩ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ବେଳେ କ୍ୱିଣ୍ଟାଲ ପ୍ରତି ୩ଟି ବସ୍ତା ହିସାବରେ ମୋଟ ୧୦ ଲକ୍ଷରୁ ଅଧିକ ବସ୍ତା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ଯୋଗାଇବା କଥା । ବିଡମ୍ବନା ହେଲା ନିଜ ଧାନ ଟ୍ରକ୍ ମଣ୍ଡିକୁ ପଠାଇବାବେଳେ ମିଲରମାନେ କିଛି ପୁରୁଣା କଣା ଅଖା ବସ୍ତା ସାମ୍ପୁଲ ଦେଇଥିଲେ । ତାକୁ ଦେଖି ମଣ୍ଡି ସଂପାଦକ ଓ ଚାଷୀମାନେ ବିଗିଡି ଯାଇଛନ୍ତି । ନିୟମ ଅନୁସାରେ କ୍ୱିଣ୍ଟାଲ ଧାନ ଦେବା ବେଳେ ବସ୍ତା ନଦେଲେ, ମିଲର ୧୪ ଟଙ୍କା ୫ ପଇସା ଅଖା ବସ୍ତା ବାବଦକୁ ଚାଷୀଙ୍କୁ ଦେବା କଥା, ତାହା ବି ଫାଙ୍କି ଦେଉଛନ୍ତି । ଏନେଇ ଜିଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ମିଲରମାନଙ୍କ ନିର୍ଦ୍ଦେଶ ଦିଆଯାଇଛି, ଚାଷୀଙ୍କୁ କ୍ୱିଣ୍ଟାଲ ପ୍ରତି ୩ଟି ବସ୍ତା ଯୋଗାଇ ଦେବାକୁ । ବସ୍ତା ନଦେଲେ ଚାଷୀ କ୍ସେଉଥିବା ନିଜ ଖର୍ଚ୍ଚର ବସ୍ତା ପାଇଁ ଅର୍ଥ ଯୋଗାଇ ଦେବେ । ଯେଉଁ ସମବାୟ ସମିତି ମଣ୍ଡି ଓ ମିଲର ଏହାର ଖିଲାପ କରୁଛନ୍ତି, ତାହାର ତଦନ୍ତ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.