Home Top News ଅକ୍ଟୋବର ୩୦ ରେ ତିନୋଟି ଲୋକସଭା ଏବଂ ୩୦ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ...

ଅକ୍ଟୋବର ୩୦ ରେ ତିନୋଟି ଲୋକସଭା ଏବଂ ୩୦ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ – ନିର୍ବାଚନ ଆୟୋଗର ଘୋଷଣା

24

ନୂଆଦିଲ୍ଲୀ ୨୮-୯ (ଓଡ଼ିଆ ପୁଅ) : ଦେଶରେ ତିନିଟି ଲୋକସଭା ଏବଂ ୩୦ ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୩୦ ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ରାଜ୍ୟରେ ଲୋକସଭା ଆସନ ଖାଲି ଅଛି, ସେଥିରେ ଦାଦ୍ରା ଏବଂ ନଗର ହାଭେଲି ଏବଂ ଦାମନ ଏବଂ ଡିୟୁ, ମଧ୍ୟପ୍ରଦେଶ- ଖଣ୍ଡୱା ଏବଂ ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନ ରହିଛି। ଏହା ସହିତ ୧୪ ଟି ରାଜ୍ୟର ୩୦ ଟି ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛନ୍ତି, ମହାମାରୀ, ବନ୍ୟା, ପର୍ବ, କେତେକ ଅଞ୍ଚଚଳରେ ଥଣ୍ଡା ପରିସ୍ଥିତି ଏବଂ ସଂପୃକ୍ତ ରାଜ୍ୟ / କେନ୍ଦ୍ର ଅଞ୍ଚଳରୁ ମିଳିଥିବା ପ୍ରତିକ୍ରିୟାକୁ ଆୟୋଗ ସମୀକ୍ଷା କରିଛନ୍ତି। ଏଥିରେ ଉପ-ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି ଦାଦ୍ରା ଏବଂ ନଗର ହାଭେଲି ଏବଂ ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଥିବା ତିନିଟି ଲୋକସଭା ଆସନ ଏବଂ ୩୦ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି।

କେଉଁ ରାଜ୍ୟରେ କେତେ ବିଧାନସଭା ନିର୍ବାଚନ ହେବ?

ଆନ୍ଧ୍ରପ୍ରଦେଶ – ଗୋଟିଏ ଆସନ।
ଆସାମ – ପାଞ୍ଚଟି ସିଟ୍।
ବିହାର – ଦୁଇଟି ସିଟ୍।
ହରିୟାଣା – ଗୋଟିଏ ଆସନ।
ହିମାଚଳ ପ୍ରଦେଶ – ତିନିଟି ଆସନ।
କର୍ଣ୍ଣାଟକ – ଦୁଇଟି ଆସନ।
ମଧ୍ୟପ୍ରଦେଶ – ତିନିଟି ଆସନ।
ମହାରାଷ୍ଟ୍ର – ଗୋଟିଏ ଆସନ।
ମେଘାଳୟ – ତିନିଟି ଆସନ।
ମିଜୋରାମ – ଗୋଟିଏ ଆସନ।
ନାଗାଲାଣ୍ଡ – ଗୋଟିଏ ଆସନ।
ରାଜସ୍ଥାନ – ଦୁଇଟି ଆସନ।
ତେଲେଙ୍ଗାନା – ଗୋଟିଏ ଆସନ।
ପଶ୍ଚିମବଙ୍ଗ – ଚାରିଟି ଆସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.