Home ଜିଲ୍ଲା ପରିକ୍ରମା ୯୩ବର୍ଷରେ ପହଞ୍ôଚଲା ଗୌଡ଼ିୟ ତନ୍ତୁବାୟ ଗିରିଗୋବର୍ଦ୍ଧନ ପୂଜା

୯୩ବର୍ଷରେ ପହଞ୍ôଚଲା ଗୌଡ଼ିୟ ତନ୍ତୁବାୟ ଗିରିଗୋବର୍ଦ୍ଧନ ପୂଜା

25

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗୌଡ଼ିୟ ତନ୍ତୁବାୟ ସମ୍ପ୍ରଦାୟ ପକ୍ଷରୁ ଆଜକୁ ୯୩ ବର୍ଷ ଧରି ପାଳିତ ହୋଇ ଆସୁଛି ଗିରିଗୋବର୍ଦ୍ଧନ ପୂଜା । ଏହି ପୂଜା ୬ଦିନ ବ୍ୟାପି ପାଳନ କରାଯିବ । ପୂଜା ପାଇଁ ବେହେରା ପରିବାର ପକ୍ଷରୁ ଗିରିଗୋବର୍ଦ୍ଧନ ଠାକୁର ନିର୍ମାଣ କରାଯାଇ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଶନିବାର ସନ୍ଧ୍ୟାରେ ଆୟୋଜିତ ସଭାକୁ ଯୁବନେତା ଆନନ୍ଦ ରାଉଳ ସଭାପତିତ୍ତ୍ୱ କରିଥିଲେ । ଏଥିରେ ବିଜେପିର ବରିଷ୍ଟ ନେତା ତଥା ବିଶିଷ୍ଟ ନାଟ୍ୟକାର ସୁଧାଂଶୁ ଶେଖର ନାୟକ ଅତିଥି ଭାବେ ଯୋଗଦେଇ କହିଲେ, ତନ୍ତୁବାୟ ସମ୍ପ୍ରଦାୟର ଏହା କୌଳିକ ପୂଜା ଅଟେ । ଅତୀତରେ ଏହି ସମ୍ପ୍ରଦାୟ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ଦେଶ ବିଦେଶରେ ଆଦୃତି ଲାଭ କରିଥିଲା । ଏହି ସମ୍ପ୍ରଦାୟ ଶ୍ରୀକୃଷ୍ଣଙ୍କୁ ନିଜର ଗୁରୁ ଭାବି ସାରା ଦେଶକୁ ସ୍ନେହ ପ୍ରେମର ଡ଼ୋରିରେ ବାନ୍ଧି ରଖିଥିଲେ । କାଳକ୍ରମେ କପୂର ଉଡ଼ି ଯାଇଛି ମାତ୍ର କନା ପଡ଼ି ରହିଛି । ଚାରିଗାଁ ଗ୍ରାମରେ ଦୀର୍ଘ ଦିନ ପାଳିତ ହେଉ ଆସୁଥିବା ଏହି ପୂଜା ସୁଚାଇ ଦେଉଛି ଯେ ଏବେବି ଏହି ସମ୍ପ୍ରଦାୟ ସାମାଜିକ ବନ୍ଧନକୁ ଗୁରୁତ୍ୱ ଦେଇ ଆଧ୍ୟାତ୍ମିକ ଚିନ୍ତା ଚେତନାକୁ ବଜାଇ ରଖି ଆସୁଛି ଯାହାକି ବାସ୍ତବିକ୍ ସ୍ୱାଗତ ଯୋଗ୍ୟ । ଏହି ଅବସରରେ ସେ ବେହେରା ସାହିର ମୁରବି ଓ ଯୁବ ବର୍ଗଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ହେମନ୍ତ ସିଂହ, ଅମୁଲ୍ୟ ରତ୍ନ ନନ୍ଦ, ସନାତନ ରାଉଳ,ବାୟା ସାହୁ, ପ୍ରଦିପ ସାହୁ ପ୍ରମୁଖ ଶ୍ରୀକୃଷ୍ଣଙ୍କ ଅଲୌକିକ ଲିଳା ଉପରେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ରଥ ବେହେରା, କାର୍ତ୍ତିକ ବେହେରା, ଉମାକାନ୍ତ ବେହେରାଙ୍କ ସ୍ମୃତି ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ଅଜୟ କୁମାର ବେହେରା, ଉପ-ସଭାପତି ଭାବସିନ୍ଧୁ ବେହେରା,ସମ୍ପାଦକ ରାଜେଶ କୁମାର ବେହେରା, ରବିନ୍ଦ୍ର ବେହେରା, ନୀଳମାଧବ ବେହେରା, ମଧୁସୂଦନ ବେହେରା, ପଞ୍ଚାନନ ବେହେରା, ଳକ୍ଷ୍ମଣ ବେହେରା, ଭାଗିରଥୀ ବେହେରା, କୃପାସିନ୍ଧୁ ବେହେରା, ଧୀରେନ୍ଦ୍ର ସାହୁ, କେଶବ ପୃଷ୍ଟି, ମନୋରଞ୍ଜନ ବେହେରା, ବିଭୁଦତ୍ତ ବେହେରା, ଜଗବନ୍ଧୁ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଭବସିନ୍ଧୁ ବେହେରା, ଭାଗବତ ପରମାଣିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.