Home ଓଡ଼ିଶା ୨୦୧୯ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି

୨୦୧୯ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି

167

ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ଓ ଧାରା-୩୭୦ ଉଚ୍ଛେଦର ପର୍ଯ୍ୟଟନ କ୍ଷେତ୍ର ଉପରେ କୌଣସି ପ୍ରଭାବ ପଡ଼ିନି: ପ୍ରହ୍ଲାଦ ସିଂ ପଟେଲ୨୦୧୯ର ଶେଷ ଦୁଇ ମାସରେ ୨୦୧୮ ତୁଳନାରେ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ।

ଆଜି ନୂଆଦିଲ୍ଲୀରେ ପର୍ଯ୍ୟଟକଙ୍କ ସଂଖ୍ୟା ନେଇ ଏକ ସୂଚୀ ଜାରି କରିବା ସମୟରେ ଶ୍ରୀ ପଟେଲ କହିଛନ୍ତି, ରାମମନ୍ଦିର ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟଳୟର ନିର୍ଣ୍ଣୟ, ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ କରିବା ଏବଂ ଜମ୍ମୁକାଶ୍ମୀରରେ ଧାରା-୩୭୦ର ଉଚ୍ଛେଦ ଆଦି ଘଟଣା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ପ୍ରଭାବ ପକାଇ ପାରିନାହିଁ। ପର୍ଯ୍ୟଟନ ମନ୍ତ୍ରଣାଳୟର ଡାଟା ଅନୁଯାୟୀ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ନଭେମ୍ବର ୨୦୧୮ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୦, ୧୨, ୫୬୯ ଥିବା ବେଳେ, ନଭେମ୍ବର ୨୦୧୯ରେ ଏହା ୭.୮ ପ୍ରତିଶତ ବୃଦ୍ଧି ପାଇ ୧୦, ୯୧, ୯୪୬ ହୋଇଛି।

ସେହିପରି ଡିସେମ୍ବର ୨୦୧୮ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୧, ୯୧, ୪୯୮ ଥିବାବେଳେ, ଡିସେମ୍ବର ୨୦୧୯ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୨, ୨୫, ୬୭୨ ହୋଇଛି। ଏଥିସହିତ ପର୍ଯ୍ୟଟନ କ୍ଷେତ୍ରରୁ ବୈଦେଶିକ ମୁଦ୍ରା ଆୟ ମଧ୍ୟ ବୃଦ୍ଧି ପାଇଛି। ନଭେମ୍ବର ୨୦୧୮ରେ ଆୟ ୧୬, ୫୮୪ କୋଟି ଥିବାବେଳେ, ନଭେମ୍ବର ୨୦୧୯ରେ ୧୯, ୮୩୧ କୋଟି ହୋଇଛି। ଡିସେମ୍ବର ୨୦୧୮ରେ ଆୟ ୧୯, ୪୭୪ କୋଟି ଥିବାବେଳେ, ଡିସେମ୍ବର ୨୦୧୯ରେ ଏହା ୨୨, ୬୧୭ କୋଟି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପଟେଲ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.