Home ଜିଲ୍ଲା ପରିକ୍ରମା ହୋମିଓପାର୍ôଥକ୍ ଡାକ୍ତରଙ୍କ ପରଲୋକ

ହୋମିଓପାର୍ôଥକ୍ ଡାକ୍ତରଙ୍କ ପରଲୋକ

37

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ବି.ଟି.ପୁର ପଞ୍ଚାୟତସ୍ଥ ଗଡ଼ସାହି ଗ୍ରାମର ହୋମିଓପାର୍ôଥକ୍ ଡାକ୍ତର ତଥା ବିଶିଷ୍ଟ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ରାୟ(୮୬)ଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନୀତ ରୋଗରେ ପିଡ଼ିତ ହୋଇ ଘରୋଇ ଚିକିତ୍ସାରେ ଥିବା ବେଳେ ଆଜି ସକାଳେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ଖବର ପାଇ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ସୁଧାଂଶୁ ଶେଖର ନାୟକ, ପୂର୍ବତନ ସରପଞ୍ଚ ପୃଥିରାଜ ଦାସ, ସତ୍ୟବାନ ଦାସ, ବିଜେପି ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ବିଶିଷ୍ଟ ବ୍ୟବସାୟୀ ତାପସ କୁମାର ରାୟ, ଅଶୋକ କୁମାର ରଣା, ଉତ୍ତମ୍ କୁମାର ପଣ୍ଡା, ଅଶୋକ କୁମାର ପରିଡ଼ା, ସୁରେଶ ଦାସ, ବରିଷ୍ଟ ନାଗରିକ ନରତ୍ତୋମ ଦାସ, ବିଜ୍ଞାନ ମହାନ୍ତି, ଶରତ ସିଂହ, ରଞ୍ଜନ ସିଂହ,ପୁତୁରା ସତ୍ୟବ୍ରତ ରାୟ, ବ୍ୟମକେଶ ରାୟ, ଭାବ ବିନୋଦ ରାୟ, ରାଜିବ ଲୋଚନ ରାୟ ପ୍ରମୁଖ ବାସ ଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇ ଛଣିପଦା ବାଡ଼ି ଠାରେ ଦାହ କରାଯାଇଛି । ଏକ ମାତ୍ର ପୁତ୍ର ଉଦିପ୍ତ ରାୟ ମୁଖାଗ୍ନୀ ଦେଇଥିଲେ । ପ୍ରକାଶଯେ ୰ପୂର୍ଣ୍ଣଚନ୍ଦ୍ର ଦେଶୀ ହୋମିଓପାର୍ôଥକ୍ ଡାକ୍ତର ଭାବେ ବେଶ୍ କ୍ଷ୍ୟାତି ଲାଭ କରିଥିବା ବେଳେ ଅଭାବି ଓ ଦୁସ୍ଥ ଲୋକଙ୍କୁ ରୋଗୀ ସେବା ଯୋଗାଇ ଆସୁଥିଲେ । ଏଥିସହ ଗଡ଼ଗଡ଼ି ଛକ ଲକ୍ଷ୍ମୀ ପୂଜା କମିଟିର ପୁଷ୍ଠପୋଷକ ସହ ରାଜ୍ୟ କ୍ଷେତ୍ରୀୟ ମହାସଂଘର ପଦ ପଦବୀରେ ରହି ସାମାଜିକ କାର୍ଯ୍ୟ କରିଆସୁଥିଲେ । ଅନ୍ୟପକ୍ଷରେ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗଡ଼ଗଡ଼ି ଛକ ବ୍ୟବସାୟୀ ସଂଘ ଓ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିଲା । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.