Home କେନ୍ଦୁଝର ହାବଳେଶ୍ୱରରେ ୧୮୪ଜଣଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ହାବଳେଶ୍ୱରରେ ୧୮୪ଜଣଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

287

ହାଟଡ଼ିହି-୧୦/୪, କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର ଲକଡାଉନ ଘୋଷଣା କରିବାପରେ ଅନେକ ଗରିବ ପରିବାର, ଅସହାୟ, ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି, ବୃଦ୍ଧବୃଦ୍ଧା ମାନେ ଯେପରି ଭୋକିଲା ନରହିବେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସରକାର । ଏହିକ୍ରମରେ ହାଟଡିହି ବ୍ଲକ ଆବଳେଶ୍ୱର ପଞ୍ଚାୟତରେ ବୈତରଣୀ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପଞ୍ଚାୟତର ହାବଳେଶ୍ୱରଳ ଡିମିରିଆ, ଜମ୍ଭରା, ଜାବନିପୁରର ଆଦିବାସୀ ସାହି, ସରିଦା, ଢ଼ାଇପୋଖରୀ, ବାଲିପଦା, ଶାଳବଣି ଆଦି ଗ୍ରାମର ୧୮୪ଜଣଙ୍କୁ ଦୁଇଓଳିର ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ଦେବକୀ ନାୟକ, ଚାନ୍ଦ ମୁଣ୍ଡା, ଆଛି ମୁଣ୍ଡା, ସରୋଜିନୀ ନାୟକ, ସୁଶିଳା ନାୟକ, ପ୍ରମୁଖ ଏସଏସଜି ଗ୍ରୁପର ସଦସ୍ୟାମାନେ ଗତ ମାର୍ଚ୍ଚ ୩୧ତାରିଖରୁ ନିଜେ ରୋଷେଇକରି ଘରଘର ବୁଲି ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.