Home ଓଡ଼ିଶା ହାଜତ ମୃତ୍ୟୁ ମାମଲାରେ ବରଖାସ୍ତ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ

ହାଜତ ମୃତ୍ୟୁ ମାମଲାରେ ବରଖାସ୍ତ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ

1069

ଗାନ୍ଧୀନଗର ୨୦-୬ (ଓଡ଼ିଆ ପୁଅ) ଗୁଜରାତରେ ସୌରାଷ୍ଟ୍ରର ଜାମନଗରର ଅଦାଲତ ପ୍ରାୟ ତିନି ଦଶକ ପୂର୍ବରୁ ହାଜତ ମୃତ୍ୟୁ ମାମଲାରେ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ତାଙ୍କର ବର୍ତ୍ତମାନ ବୟସ ୫୫ ବର୍ଷ। ଏହି ମାମଲା ୧୯୯୦ ର ଅଟେ। ୧୯୯୦ ର ମାମଲାରେ ମିଳିଥିବା ଦଣ୍ଡ ୧୯୯୦ ରେ ଜାମନଗରର ତତ୍କାଲୀନ ଏଏସପି ସଂଜୀବ ଭଟ୍ଟ ଜାମନଗର ଜିଲ୍ଲାର ଜାମଜୋଧପୁର ସହରରେ ହୋଇଥିବା ଦଙ୍ଗା ମାମଲାରେ ୧୦୦ ରୁ ଅଧିକ ଲୋକମାନଙ୍କୁ ହାଜତକୁ ନେବାକୁ ଆଦେଶ ଦେଇଥିଲେ। ମୁକୁଳିବା ପରେ ସେମାନଙ୍କ ମଧ୍ୟରୁ ପ୍ରଭୁଦାସ ବୈଷ୍ଣନୀଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କର ଭାଇ ଅମୃତଭାଇ ପରେ ଏକ ମାମଲା ଦାୟର କରିଥିଲେ ଯେଉଁଥିରେ ଆରୋପ ଲଗାଇଥିଲେ କି ଭଟ୍ଟ ଏବଂ ତା’ ପରେ କନେଷ୍ଟବଳ ପ୍ରବୀଣ ଜାଲାଙ୍କ ସହିତ ଆଠଜଣ ପୁଲିସକର୍ମିଙ୍କ ଦ୍ୱାରା ହାଜତରେ ନିର୍ଯାତନା ଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି।

୨୦୧୧ ରେ ନିଳମ୍ବିତ

ଭଟ୍ଟଙ୍କୁ ଦୋଷୀ ମାନି କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ପ୍ରବୀଣ ଜାଲାଙ୍କୁ ମଧ୍ୟ ଦଣ୍ତିତ କରାଯାଇଛି। ଗୁଜରାତ କ୍ୟାଡରର ଆଇପିଏସ ଅଧିକାରୀ ସଂଜୀବ ଭଟ୍ଟଙ୍କୁ ରାଜ୍ୟ ସରକାର ୨୦୧୧ ରୁ ଡ୍ୟୁଟିରେ ଲମ୍ବା ସମୟ ପର୍ଯ୍ୟନ୍ତ ଅନୁପସ୍ଥିତ ରହିବା କାରଣରୁ ନିଳମ୍ବିତ କରିଥିଲେ ଏବଂ ପରେ ଅଗସ୍ତ ୨୦୧୫ ରେ ତାଙ୍କୁ ବରଖାସ୍ତ କରାଯାଇଥିଲା।

ଆଜାବନ କାରାଦଣ୍ଡ

ଭଟ୍ଟ ବର୍ତ୍ତମାନ ଡ୍ରଗ ପ୍ଲାଂଟିଙ୍ଗ ମାମଲାରେ ଜେଲରେ ଅଛନ୍ତି। ଭଟ୍ଟ ଏହା ପୂର୍ବରୁ ୧୨ ଜୁନରେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଯେଉଁଥିରେ କଷ୍ଟୋଡିଆଲ ଡେଥ କେସରେ ଅତିରିକ୍ତ ୧୦ ଜଣ ସାକ୍ଷୀଙ୍କର ଜାଞ୍ଚର ଅନୁମତି ମାଗିଥିଲେ। କିନ୍ତୁ କୋର୍ଟ ଦଲୀଲ ଉପରେ ବିଚାର କରିବାକୁ ମନା କରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.