Home ଓଡ଼ିଶା ସ୍ୱାଭିମାନ ଅଞ୍ଚଳରେ ଡ଼ଙ୍ଗା ବୁଡି ଦୁଇ ଜଣ ନିଖୋଜ ଜଣେ ଉଦ୍ଧାର

ସ୍ୱାଭିମାନ ଅଞ୍ଚଳରେ ଡ଼ଙ୍ଗା ବୁଡି ଦୁଇ ଜଣ ନିଖୋଜ ଜଣେ ଉଦ୍ଧାର

43

ମାଲକାନଗିରି ୨୫/୦୪ (ଓଡ଼ିଆ ପୁଅ) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ନାରିଙ୍ଗି ଝୋଲା ନଦୀରେ ଡଙ୍ଗା ବୁଡି ୨ ନିଖୋଜ ହୋଇଥିବା ବେଳେ ଜଣେ ଉଦ୍ଧାର ହୋଇଛି। ନିଖୋଜ ୨ଜଣ ଯୁବକ ହେଲେ ଜଗନ୍ନାଥ ପଲାସି ଓ ପିତମ୍ ମୁଦୁଲି। ନରୀଙ୍ଗଝୋଲା ସାପ୍ତାହିକ ହାଟରୁ ଫେରିବା ସମୟରେ ଘଟିଛି ଏପରି ଘଟଣା। ଡଙ୍ଗାରେ ୩ ଜଣ ଓରାପଦର ଫେରିବା ସମୟରେ ମଝି ନଈରେ ପବନ ଜୋରରେ ହେବାରୁ ମୋଟର ଚାଳିତ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡଙ୍ଗାରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହରି କୂଳରେ ପହଞ୍ଚି ଥିବା ବେଳେ, ଅନ୍ୟ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ନିଖୋଜ ୨ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି। ରାତ୍ର ହୋଇ ଯାଇଥିବାରୁ ଆସନ୍ତା କାଲି ପୁଣି ଉଦ୍ଧାର କାର୍ଯ୍ୟ ଚାଲୁରହିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.