Home କେନ୍ଦ୍ରାପଡ଼ା ସ୍ୱାଭିମାନୀ କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ସ୍ୱାଭିମାନୀ କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

36

କେନ୍ଦ୍ରାପଡ଼ା, ୨୨ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ସ୍ୱାଭିମାନୀ କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସାଧାରଣ ଜନତା ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ସୁବିଧା ସୁଯୋଗ ପାଉନଥିବାରୁ ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି। ସେହିପରି ଡାକ୍ତଖାନାର ବହୁ ସହାୟକ ପଦବୀ ମଧ୍ୟ ଦୀର୍ଘବର୍ଷ ଧରି ଖାଲିପଡିଛି। ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ସମାନ ଅବସ୍ଥା ପରିଲିଖିତ ହୋଇଛି। ଜିଲ୍ଲାର ସମସ୍ତ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ ଉପଲବ୍ଧ ହେଉନାହିଁ। ଜିଲ୍ଲା ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ଉପକରଣ ଓ ଅତ୍ୟାଧୁନିକ ଭିତ୍ତିଭୂମୀର ଅଭାବ ଥିବାରୁ ଏହା ରୋଗୀମାନଙ୍କୁ ନିରାଶ କରୁଛି। ସେହିପରି ପୈାରାଞ୍ଚଳ ସମେତ ଜିଲ୍ଲାର ସମଗ୍ର ଗ୍ରାମାଞ୍ଚଳ ଗୁଡିକରେ ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତାଟି ବର୍ଷ ବର୍ଷ ଧରି ମରାମତି ହେଉନଥିବାରୁ ସାଧାରଣ ଯାତ୍ରୀଟି ନାନା ଅସୁବିଧାର ସମ୍ମୁଖୀନ ହେଉଛି। ପୈାରାଞ୍ଚଳରେ କଠିନ ବର୍ଯ୍ୟବସ୍ତୁର ସୁପରିଚାଳନା ହେଉନଥିବାରୁ ସହର ସାରା କୁଢ କୁଢ ଆବର୍ଜ୍ଜନା ଜମି ରହି ପରିବେଶ ଦୁଷିତ କରୁଛି। ଜିଲ୍ଲାରେ ସବୁଜ ବଳୟ ସୃଷ୍ଟି ଓ ପରିବେଶ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଏବଂ କରୋନା ମହାମାରୀ ସମୟରେ ସରକାରୀ ଅର୍ଥରେ ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ରୋପଣ କରାଯାଇଥିବା ଚାରା ତାର ଅସ୍ତିତ୍ୱ ହରାଇବସିଥିବା ଅଭିଯୋଗ ହୋଇଛି। ତେଣୁ ଏହିସବୁ ମୈାଳିକ ସମସ୍ୟାର ସମାଧାନ ସହ ଏକ ସମୃଦ୍ଧ କେନ୍ଦ୍ରାପଡା ଗଠନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ପ୍ରଦାନ କରାଯିବାକୁ ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଡଃ. କଳ୍ପନା ମଲ୍ଲିକଙ୍କ ସମେତ ଦିଲ୍ଲିପ ବିଶ୍ୱାଳ, ଗୋଲଖ ବିହାରୀ ପାତ୍ର, ମାଧବ ମଳିକ, ବୀକ୍ରମ ଖଣ୍ଡେଇ, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଦାସ, ଅମର ବିଶ୍ୱାଳ ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.