Home ଜିଲ୍ଲା ପରିକ୍ରମା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି

28

ନୟାଗଡ଼, ୧୧-୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ସ୍ଥାନୀୟ ମୈତ୍ରୀ ସଭାଗୃହରେ ସ୍ୱରସାମାଗ୍ରୀ ଲତାମଙ୍ଗେସ୍‌କରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲତାଜୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଏକ ଶୋକସଭା କରାଯାଇଥିଲା। ଏଥିରେ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ ଅତିଥିଭାବେ ଯୋଗଦେଇ ସାରା ବିଶ୍ୱରେ ସ୍ୱରସାମାଗ୍ରୀଙ୍କ ପଟାନ୍ତର ନାହିଁ ବୋଲି କହିବା ସହିତ ତାଙ୍କର ମହନୀୟ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ସାହୁ, ମମତା ମଞ୍ଜରୀ ଦେବୀ, ହରପ୍ରିୟା ଦ୍ୱିବେଦୀ, ସୌଭାଗ୍ୟ ମଞ୍ଜରୀ ମହାପାତ୍ର ପ୍ରମୁଖ ଲତାଜୀଙ୍କ ଗୁଣଗାନ କରି୍‌ଥିଲେ। ଏହି ପରିପ୍ରେକ୍ଷିରେ କଣ୍ଠଶିଳ୍ପୀ ପ୍ରତୀକ୍ଷା ପଣ୍ଡା, ଅଧ୍ୟାପିକା ଜୟଶ୍ରୀ ଦେବୀ ଲତାଙ୍କ ସୁମଧୂର ଓଡ଼ିଆ ଓ ହୀନ୍ଦି ଗୀତ ଗାୟନ କରିଥିଲାବେଳେ କାମାକ୍ଷା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.