Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ଭଗବାନ ଚନ୍ଦ୍ର ପାଢ଼ୀଙ୍କର ଏକାଦଶାହ କ୍ରିୟା ଓ ସ୍ମୃତିଚାରଣ

ସ୍ୱର୍ଗତ ଭଗବାନ ଚନ୍ଦ୍ର ପାଢ଼ୀଙ୍କର ଏକାଦଶାହ କ୍ରିୟା ଓ ସ୍ମୃତିଚାରଣ

6

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁରସ୍ଥ, ବେତଡ଼ା, ମଖଲପୁର ଗ୍ରାମର ଜଣାଶୁଣା ଶିକ୍ଷାବିତ ତଥା ଅବସର ପ୍ରାପ୍ତ ଶିକ୍ଷକ “ସ୍ୱର୍ଗତ ଭଗବାନ ଚନ୍ଦ୍ର ପାଢ଼ୀଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଥିବାରୁ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ନିଜ ଗ୍ରାମ ମଖଲପୁରରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୟାଧର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକାର୍ଯ୍ୟରେ ବାସୁଦେବପୁ ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ବିଷ୍ଣୁବ୍ରତ ରାଉତରାୟ ଯୋଗଦାନ କରିବା ସଙ୍ଗେ ସଙ୍ଗେ ଦିବଂଗତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଶିକ୍ଷକ ମହେଶ୍ୱର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଇଞ୍ଜିନିୟର ଭାଗିରଥି ମହାପାତ୍ର, ନାବାର୍ଡ଼ର ପୂର୍ବତନ ମୁଖ୍ୟ ଜେନେରାଲ ମ୍ୟାନେଜର ଅକ୍ଷୟ କୁମାର ପାଢ଼ୀ, ଡାକ୍ତର ନରେନ୍ଦ୍ର ପ୍ରସାଦ ସାହୁ ଜ୍ୱାଇଁ ଯିଏକି ଅବସର ଗ୍ରହଣ କରିଥିବା ଶିକ୍ଷକ ରମାକାନ୍ତ ପଣ୍ଡା ଓ ମହେଶ୍ୱର ଦାସ ଯୋଗଦାନ କରିଥିଲେ । ସେହି ପରିବାରର ଜଣେ ପୁତ୍ର ଡ. ଶୈଳେନ୍ଦ୍ର ନାରାୟଣ ପାଢ଼ୀ ଅତିଥି ପରିଚୟ ସହିତ ସଂଯୋଜନା ଓ ତାଙ୍କ ବିଷୟରେ ଲେଖାପାଠ କରିଥିଲେ । ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାହେବା ସଙ୍ଗେ ସାଇ ବିସ୍ମୟ, କୌସ୍ତୁଭ, ସାନୁ ଶୁନୁମା, ଓମ, ନିକି ଓ ଭୁବନେଶ ପିଲାମାନେ ବେଦପାଠ କରିଥିଲେ ।

କାର୍ଯ୍ୟକ୍ରମ ଅନୁଯାୟୀ ସାଇ ବିସ୍ମୟ ପ୍ରାରମ୍ଭିକ ସଂଗୀତ ବୋଲିବା ସଙ୍ଗେ ସଙ୍ଗେ ତାଙ୍କର ନାତି “ବବୁଲ” ତବଲା ବାଦନ କରିଥିଲେ । ଅତିଥିମାନେ ୰ ଭଗବାନ ଜଣେ ସୁଶିକ୍ଷକ, ସାହିତ୍ୟିକ, କଳାପ୍ରେମୀ, ସୁଗୃହୀ, ମିଷ୍ଟଭାସୀ ଓ ସମାଜସେବୀ ଥିଲେ ବୋଲି ମତ ରଖିଥିଲେ । ବଡ଼ଭାଇ ୰ ମାୟାଧରଙ୍କ ସହଧର୍ମିଣୀ ‘ଗଭାମଣୀ’ ଓ ସାନଭାଇ ଅଭିରାମ ପାଢ଼ୀ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ । କବି ରତ୍ନାକର, ଚଳଚିତ୍ରର କାର୍ଯ୍ୟକ୍ରମ କରିବା ଓ ସାହିତ୍ୟିକ ତପନ କୁମାର ମିତ୍ର, ସ୍ୱର୍ଗତ ଆତ୍ମାର ଝିଅବିଜୁ, ଛବି, ତରୁ, ସ୍ୱର୍ଣ୍ଣ, ମଞ୍ଜୁ, ସଞ୍ଜୁ, ପୁଷ୍ପଲତା, ପ୍ରତିଲତା, ଝିଆରୀ କୁନା, ଚାରୁ, ରଞ୍ଜୁ, କୁଞ୍ଜ, ବନ, ମାଳତୀ ଜ୍ୱାଇଁ ଯତୀନ୍ଦ୍ର, ମହେଶ୍ୱର, ରମାକାନ୍ତ, ଚିତ୍ତରଞ୍ଜନ, ଯଶୋବନ୍ତ, ମାର୍କଣ୍ଡ ଅଜୟ, ସୁଶାନ୍ତ, ଅଜିତ, ଡାକ୍ତର ଶିବନାରାୟଣ, ବୀରେନ୍ଦ୍ର, ପୁତୁରୀ ଜ୍ଞାନେନ୍ଦ୍ର, ଅମରେନ୍ଦ୍ର, ଯୁମରେନ୍ଦ୍ର ଦାମୋଦର, ମନୋରଞ୍ଜନ, ହୃଷିକେଶ, ପୂତ୍ରବଧୁ ସ୍ନେହଲତା, ଶୈଳବାଳା ଗୀତାଞ୍ଜଳି, ପୁତ୍ର-କ୍ଷେତ୍ରବାସୀ ସହଧର୍ମିଣୀ ସଂଯୁକ୍ତା, ପୁତୁରା ବଧୂ ସ୍ନେହଲତା, ଶୌଳବାଳା, ଗୀତାଞ୍ଜଳି, ଜଲି (ସଂଯୁକ୍ତା) ସ୍ୱର୍ଣ୍ଣଲତା, ଶାନ୍ତିଲତା, ନାତି ବିଶ୍ୱବିସ୍ମୟ, ସାଇବିସ୍ମୟ, ଅସୀତ, ଅଙ୍କିତ, କୌସ୍ତଭ, ଓମ, ଦୀପୁ, ନାତୁଣୀ ଶ୍ରିୟା, ଗେଲ୍ଲି, ଗୁନୁମା, ଭଗୀରଥ, ସ୍ମୃତିଚାରଣ କରିଥିଲେ । ପରିବାରର ବଡ଼ ପୁଅଭାବେ “ବେଣୁମାଷ୍ଟ୍ରେ”, ଭଣଜା ରଘୁନାଥ ପଣ୍ଡା (ନଣ୍ଡା) ଓ ବାବାଜ. ନୀଲୁ, ବୁଲା, ସ୍ମୃତିଚାରଣ କରିଥିଲେ । ଶଶୀକାନ୍ତ (ବାବୁଲା) ସ୍ମୃତି ଚାରଣ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ପଣ୍ଡା ସଂଗୀତ ଆବୃର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.