Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମୀକ୍ଷା ବୈଠକ

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମୀକ୍ଷା ବୈଠକ

32

ପୁରୀ ୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଗତ ମାସ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଅର୍ଥାତ ଡିସେମ୍ବର ୮ ତାରିଖରେ ପରିସମାପ୍ତ ହୋଇଛି। ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏହି ସଂଶୋଧନ ପ୍ରକ୍ରିୟାରେ ୨୨,୭୩୯ ଜଣ ନୂଆ ଭୋଟରମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ଭୋଟର ତାଲିକାରେ ତଥ୍ୟ ସଂଶୋଧନ ପାଇଁ ୭,୧୧୪ ଜଣ ଓ ୧୨,୨୬୩ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପାଇଁ ଆବେଦନ ପତ୍ର ମିଳିଥିବା ସୂଚନା ଦେଇଥିଲେ। ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏକ ସୁସ୍ଥ ଓ ସଠିକ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସମସ୍ତଙ୍କ, ବିଶେଷ କରି ରାଜନୈତିକ ଦଳର ସହଯୋଗ ଜରୁରୀ। ବର୍ତ୍ତମାନ ଭୋଟର ତାଲିକା ସହ ଆଧାର ସଂଯୋଗର କାର୍ଯ୍ୟ ଚାଲିଥିବାରୁ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଶ୍ରୀ ରାଜବଲ୍ଲବ ନାୟକ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.