Home Top News ସୃଷ୍ଟି ହେଲା ବାତ୍ୟା ’ଅସନି’ : ଗଭୀର ଅବପାତ ଏବେ ନେଲା ସାମୁଦ୍ରିକ ଝଡ଼ ରୂପ

ସୃଷ୍ଟି ହେଲା ବାତ୍ୟା ’ଅସନି’ : ଗଭୀର ଅବପାତ ଏବେ ନେଲା ସାମୁଦ୍ରିକ ଝଡ଼ ରୂପ

56

ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ। ଏହାର ନାମ ହେଲା “ଅସାନି”। ଏହା ଏକ ଭୀଷଣ ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏବେ ପୁରୀଠାରୁ ୧୦୩୦ କିଲୋମିଟର ଦୂରରେ ଅଛି ବାତ୍ୟା ଏବଂ ଘଣ୍ଟା ପ୍ରତି ୧୬କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା। କିନ୍ତୁ ସମ୍ଭାବ୍ୟ ବାତ୍ୟା ’ଅସନି’, ସ୍ଥଳଭାଗ ଛୁଇଁବନି। ଏହା ଓଡ଼ିଶା ଉପକୂଳରୁ ୨୦୦ କିଲୋମିଟର ଦୂରରେ ଯିବ। ଏହା ଫଳରେ ୫୦ କି.ମି. ବେଗରେ ପବନ, ୭୦ରୁ ୧୧୦ ମିମି ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହି ବାତ୍ୟା ସ୍ଥଳଭାଗ ନଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇପାରେ। ତେବେ ଓଡ଼ିଶାକୁ ବିଶେଷ ଭୟ ନାହିଁ। କିନ୍ତୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ। ଯେପରିକି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ବୋଲି କହିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅପରପକ୍ଷରେ ଆସନ୍ତା କାଲିଠାରୁ ଅଧିକ ବେଗରେ ପବନ ବହିବା ଆଶଙ୍କା ରହିଛି। ଏହାର ବେଗ ୧୦୦ ରୁ ୧୦୫ କିମି ପ୍ରତି ଘଣ୍ଟା ହୋଇପାରେ ଏବଂ ଝଟକା ୧୨୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ବୋଲି ଆକଳନ କରାଯାଇଛି। ୧୦ ତାରିଖରୁ ପବନର ବେଗ କମିବ। ୧୧ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ଝଡ଼, ସାମୁଦ୍ରିକ ଝଡ଼ରେ ପରିଣତ ହେବ। ୧୨ ତାରିଖ ସନ୍ଧ୍ୟାରେ ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.