Home କେନ୍ଦୁଝର ସାହାରା ପାଲଟିଛି ସାଇକେଲ

ସାହାରା ପାଲଟିଛି ସାଇକେଲ

217

ହାଟଡ଼ିହି-୧୦/୪, କରୋନା ପାଇଁ ସବୁଆଡେ ଲକଡାଉନ ଘୋଷଣା ହେବାପର ଠାରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ବାଇକ ଓ ଚାରିଚକିଆ ଯାନ ଉପରେ କଟକଣା ଲାଗୁପରେ ଏବେ ସମସ୍ତଙ୍କ ପାଇଁ ସାହାରା ପାଲଟିଛି ସାଇକେଲ । ସଉଦାପତ୍ର କିଣିବା ଠାରୁ ଆରମ୍ଭ କରି ଗ୍ୟାସ ଆଣିବାଯାଏଁ ସବୁ କାମରେ ସାଇକେଲକୁ ଆପଣେଇ ନେଇଛନ୍ତି । ଯେଉଁ ସାଇକେଲକୁ ଦୀର୍ଘଦିନ ହେବ କେହି ଚଢ଼ୁ ନାହାନ୍ତି କହି ଅଳିଆଗଦାରେ ଲୋକେ ପକାଇ ଦେଇଥିଲେ ସେହି ସାଇକେଲକୁ ସଫାସଫି କରି ଟିକିଏ ମରାମତି କରିଦେଇ ଏବେ ଚଢ଼ୁଥିବା ଦେଖିବକୁ ମିଳିଛି । ଦୀର୍ଘବର୍ଷ ହେବ ସାଇକେଲ ନଚଲାଇ ନାମିଦାମୀ କାରରେ ବସୁଥିବା ଲୋକମାନେ ଏବେ ସାଇକେଲ ଚଲାଇ ବଜାର ଆସୁଥିବା ଦେଖିବାକୁ ମିଳୁଛି । ଜଣେ ଏ କ୍ଲାସ କଣ୍ଟ୍ରାକଟର ସବୁବେଳେ ନିଜ କାରରେ ବୁଲାବୁଲି କରୁଥିବାବେଳେ ଏବେ ସାଇକେଲ ଧରି ପରିବା କିଣୁଥିବା ସମୟରେ ତାଙ୍କୁ ପଚାରିବାରୁ କଣ କରିବୁ ସରକାରଙ୍କ ଆଇନ ସମସ୍ତଙ୍କ ପାଇଁ ତେଣୁ ଭଙ୍ଗା ସାଇକେଲଟିକୁ ଧରି ବଜାର ଆସିଛି । ଅଭ୍ୟାସ ଛାଡି ଯାଇଥିବାରୁ ଏବେ ସାଇକେଲ ଠିକ ଭାବେ ଚଲାଇ ହେଉନି । ଅନ୍ୟପକ୍ଷରେ ଦଶଦିନ ହେଲା ସାଇକେଲ ଚଲାଉଥିବାରୁ ମୋର ଏକ ପ୍ରକାର ଭଲ ଏକ୍ସରସାଇଜ ହେଉଛି ଯାହାକି ସ୍ୱାସ୍ଥ୍ୟପକ୍ଷେ ବହୁତ ବହୁତ ଭଲ ବୋଲି କହିଛନ୍ତି । ସେହିପରି ଜଣେ ଇଞ୍ଜିନିୟର ଆଜି ୫କିଲୋମିଟର ଦୁରରୁ ସାଇକେଲ ଧରି ଛେନାପଦି ବଜାରକୁ ପରିବାପତ୍ର ପାଇଁ ଆସିଥିବାବେଳେ ସେ ପୁଲିସ ତ ବାଇକ ଧରି ନେଉଛି ଓ ମାଡ ମଧ୍ୟ ଦେଉଛି ତେଣୁ ଏହି ପୁରୁଣା ଶୁନୁ ଗାଡି ଖଣ୍ଡିକ ଏବେ ଆମ ଘରର ସାଥି ପାଲଟିଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.