Home ଜିଲ୍ଲା ପରିକ୍ରମା ସାଇ ସମିତି ଓ ଚାରୁ ସାବିତ୍ରୀ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ସାଇ ସମିତି ଓ ଚାରୁ ସାବିତ୍ରୀ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

9
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଇ ସମିତି ବନ୍ତ ଓ ଚାରୁ ସାବିତ୍ରୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳେ ଏହାକୁ ଭଦ୍ରକ ବିଧାୟକ ଶିତାଶୁଂ ଶେଖର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନୀ କରି କହିଲେ, ବନ୍ତ ପରି ସ୍ଥାନରେ ପ୍ରତ୍ୟେକ ବର୍ଷ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଶହ ଶହ ଲୋକଙ୍କୁ ମାଗଣାରେ ଔଷଧ ବଂଟନ କାର୍ଯ୍ୟ ଟ୍ରଷ୍ଟ ମହନୀୟ କାର୍ଯ୍ୟକୁ ସୂଚାଉଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଶୁଂ ଶେଖର ବଳ, ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ସୁଧାଶୁଂ ଶେଖର ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, କୃଷକ ନେତା ଶଙ୍କର୍ଷଣ ଜେନା, ଆଇନଜିବୀ ମାଧବାନନ୍ଦ ଦାସ, ସମାଜସେବୀ କମଳା କାନ୍ତ ସାହୁ ପ୍ରମୁଖ ଟ୍ରଷ୍ଟର ସେବା ମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରସଶାଂ କରିଥିଲେ । କାର୍ଯ୍ୟକ୍ରମରେ ବଳଦେବଜିୟୁ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ୍ ସାମଲ,ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ଆନନ୍ଦ ଚନ୍ଦ୍ର ଓଝା, କେନ୍ଦୁଆପଦା ସରପଂଚ ଇ.ପ୍ରମୋଦ ଜେନା, ପୂର୍ବତନ ମହତାବ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ମେଡିସିନ୍ ବିଷେଶଜ୍ଞ ଡାଃ. ପ୍ରିୟରଞ୍ଜନ ବାରିକ, କ୍ୟାନସର ବିଷେଶଜ୍ଞ ଡାଃ.ପ୍ରଶାନ୍ତ କୁମାର ପରିଡା , ସ୍ତ୍ରୀ ରୋଗ ବିଷେଶଜ୍ଞ ଡାଃ.ମମତା ନାୟକ, ଶିଶୁ ରୋଗ ବିଷେଶଜ୍ଞ ଡାଃ. ସୁଶାନ୍ତ କୁମାର ସାମନ୍ତ, ଡାଃ. ଦିବ୍ୟଲୋଚନ ବିଶ୍ୱାଳ, ଡାଃ. ସନ୍ତୋଷ କୁମାର ପୃଷ୍ଟି ସଂପୃକ୍ତ ଅଂଚଳର ୪ ଶହରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିବା ବେଳେ ଫାର୍ମାସିଷ୍ଟ୍ ଉଦୟ ନାଥ ପଣ୍ଡା, ମହେଶ୍ୱର ଦାସ, ଖିତିଶ ନାୟକ, ମହେଶ୍ୱର ଦାଶ ଔଷଧ ବଂଟନ କରିଥିଲେ । ସାଇ ସତ୍ୟ ନାୟକ, ସୁଶାନ୍ତ ସେଠୀ ପଞ୍ଜିକରଣ ଦ୍ୱାୟିତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମକୁ ନୃସିଂହ ବାରିକ, ହେମନ୍ତ ମଳ୍ଳିକ, କୌଶିକ ଜେନା, ଧନଞ୍ଜୟ ବିଶ୍ୱାଳ, ସୁରେଶ୍ୱର ବାରିକ, ବିଳାସ ଦାସ, ରବିନ୍ଦ୍ର ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.