Home ଜିଲ୍ଲା ପରିକ୍ରମା ସର୍ବଭାରତୀୟ ଏକ୍ରାମୁଲ ହକ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଏମ.ବି.ସି. କଲିକତାକୁ ୨-୦ରେ ହରାଇଲା କଟକର ମଙ୍ଗଳା କ୍ଲବ

ସର୍ବଭାରତୀୟ ଏକ୍ରାମୁଲ ହକ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଏମ.ବି.ସି. କଲିକତାକୁ ୨-୦ରେ ହରାଇଲା କଟକର ମଙ୍ଗଳା କ୍ଲବ

27

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ହନିଫ କ୍ଲବ ଆନୁକୁଲ୍ୟରେ ପୁରୁଣାବଜାରସ୍ଥିତ ମହାବୀର ପଡ଼ିଆଠାରେ ସର୍ବଭାରତୀୟ ଏକ୍ରାମୁଲ ହକ୍ (ଜୁଲୁ) ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜିଠୁ ଅପରାହ୍ନ ୪ ଘଟିକା ସମୟରେ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ୮ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ଖେଳ ମଙ୍ଗଳା କ୍ଲବ କଟକ ସହିତ, ଏମ.ବି.ସି. କଲିକତା ଏକ ଚିତାକର୍ଷକ ସଂଘର୍ଷ ଖେଳ ହୋଇ ପ୍ରଥମାର୍ଦ୍ଧରେ ସମାନ ସ୍ତରରେ ରହିଥିଲେ ଏବଂ ଦ୍ୱିତୀୟର୍ଦ୍ଧାରେ ୪୫ ମିନିଟ ବ୍ୟବଧାନରେ ବବୁଲୁ ସାହୁ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ୫୦ ମିନିଟ ବ୍ୟବଧାନରେ ରିଟର୍ଣ୍ଣ ସର୍ଟରେ ଅନ୍ୟ ଏକ ଗୋଲ ହୋଇ ମଙ୍ଗଳା କ୍ଲବ ୨- ୦ ରେ ବିଜୟଲାଭ କରିଥିଲେ। ଏହି ଖେଳରେ ରେଫେରୀ ଭାବେ ମାନସ ବିଶ୍ୱାଳ, ମିର୍ଜା ଇାଜଜ ବେଗ, ଉତ୍ତମ ବାରିକ ଏବଂ ସଲିମ ଖାନ ଖେଳ ପରିଚାଳନା କରିଥିଲେ। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପାଲୀ, ସମ୍ମାନୀତ ଅତିଥି ଭାବେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ପୂର୍ବତନ ବିଧାୟକ ନରେନ ପଲେଇ, ହରୀନନ୍ଦୀ, ଲକ୍ଷ୍ମୀମହାପାତ୍ର, ସେକ ନେଜାମୁଦ୍ଦିନ ପ୍ରମୁଖ ଯୋଗଦାନ କରି ଖେଳାଳୀମାନଙ୍କ ସହିତ କର୍ମମର୍ଦନ କରିଥିଲେ। ଆସନ୍ତାକାଲି ଖେଳ ବଳରାଜ କ୍ଲବ ଭଞ୍ଜନଗର ସହିତ ମିଶନ ଟାଇଗର ବାଲେଶ୍ୱର, ୧୧ ତାରିଖରେ ପ୍ରଥମ ସେମି ଫାଇନାଲ, ୧୨ ତାରିଖରେ ଆଚିଭର କ୍ଲବ କଟକ ସହିତ ପପୁଲାର କ୍ଲବ ଢେଙ୍କାନାଳ, ୧୩ ତାରିଖରେ ସର୍ଘଷ କ୍ଲବ ଭୁବନେଶ୍ୱର ସହିତ ଖଡ଼ଗପୁର ଫୁଟବଳ ଦଳ, ୧୪ ରେ ଦ୍ୱିତୀୟ ସେମିଫାଇନାଲ ଏବଂ ୧୫ ତାରିଖରେ ଫାଇନାଲ ଖେଳ ହେବ ବୋଲି ଆୟୋଜକ ହନିଫ କ୍ଲବର ସଭାପତି ହାଜି ଉସମାନୁଲ ହକ୍‌, ଜାହିଦ ହବିବ ଜଣାଇଛନ୍ତି। ଏହି ଖେଳରେ ସଂଚାଳକ ଭାବେ ମାଷ୍ଟର ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.