Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଙ୍ଖା ଚୋରିକରି ଚୋର ଗିରଫ, ସହଯୋଗୀ ଫେରାର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଙ୍ଖା ଚୋରିକରି ଚୋର ଗିରଫ, ସହଯୋଗୀ ଫେରାର

39

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନ ପ୍ରାୟ ୧୧.୫୯ ସମୟରେ ପୁରୁଣାବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଆଜବେଷ୍ଟସ୍ ଭାଙ୍ଗି ପଙ୍ଖା ଚୋରି କରି ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଚୋରି ସମୟରେ ତାର ଜଣେ ସହଯୋଗୀ ଫେରାର ହୋଇଯାଇଥିବାବେଳେ ସେମାନେ ବ୍ୟବହୃତ କରୁଥିବା ବାଜାଜ୍ ପ୍ଲାଣ୍ଟିନା ମୋଟର ସାଇକେଲ୍‌ଟିକୁ ସ୍ଥାନୀୟ ଲୋକେ ଜବତ କରି ପୁରୁଣାବଜାର ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ବିଦ୍ୟାଳୟଟିରେ ବାରମ୍ବାର ଚୋରି ହୋଇଆସୁଥିବାବେଳେ ଆଜି ମଧ୍ୟ ଜଣେ ମୁସଲିମ୍ ନିଶାଗ୍ରସ୍ତ ଯୁବକ ଶିଶୁ ମନ୍ଦିରରେ ଥିବା ପ୍ରାର୍ଥନା ମଣ୍ଡପର ଆଜବେଷ୍ଟସ୍ ଭାଙ୍ଗି ପଙ୍ଖା ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ପାଟି ଶୁଣି ପଙ୍ଖାଟିକୁ ପାଖରେ ଥିବା ବଣରେ ଛାଡି ପଳାଇଥିଲା । ଯାହାର ପ୍ରମାଣ ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହି ଘଟଣା ପରେ ସିସିଟିଭି କ୍ୟାମେରା ଦେଖି ସ୍ଥାନୀୟ ଲୋକେ ଯୁବକଟିକୁ ସ୍ଥାନୀୟ କିଛି ମୁସଲିମ୍ ଯୁବକଙ୍କ ସହାୟତାରେ ଧରିବାରେ ସଫଳ ହୋଇଥିଲେ । ପରେ ତାକୁ ପୁଲିସ୍‌କୁ ହସ୍ତାନ୍ତର କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.