Home ଜିଲ୍ଲା ପରିକ୍ରମା ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ

ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ

7

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ବନ୍ତ ବ୍ଲକର ବିଶିଷ୍ଟ ସମାଜସେବୀ ଚାରୁ ଚନ୍ଦ୍ର ନାୟକଙ୍କ ବୁଧବାର ହୃଦଘାତରେ ପରଲୋକ ଘଟିଛି । ଖବରପାଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ୰ ଚାରୁ ଚନ୍ଦ୍ରଙ୍କ ଗଭରପୁର ସ୍ଥିତ ବାସ ଭବନରେ ପହଞ୍ଚି ବିଶିଷ୍ଟ ନାଟ୍ୟକାର ତଥା ବରିଷ୍ଠ ବିଜେପି ନେତା ସୁଧାଂଶୁୁ ଶେଖର ନାୟକଙ୍କ ସମେତ ପରିବାର ବର୍ଗଙ୍କୁ ସମବେଦନ ଜଣାଇଥିଲେ । ଏଥି ସହ ସମାଧି ସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଛାତ୍ର ସଭାପତି ପ୍ରଣବ ଲେଙ୍କା, କୃଷକ ନେତା ଶଙ୍କର୍ଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଳମ୍ବିତ ରାତ୍ରରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍‌, ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଗୋପାଳ କୃଷ୍ଣ ଦାଶ, ଅମୁଲ୍ୟ ରତ୍ନ ନନ୍ଦ, ଅଶୋକ ପରିଡ଼ା, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରି ପ୍ରମୁଖ ୰ନାୟକଙ୍କ ବାସ ଭବନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.