Home ଜିଲ୍ଲା ପରିକ୍ରମା ସଦର ବିଜେପିର ମିଶ୍ରଣ ପର୍ବ

ସଦର ବିଜେପିର ମିଶ୍ରଣ ପର୍ବ

90

ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ସଦର ବ୍ଲକ ଅନ୍ତର୍ଗତ ପରିଖି ପଞ୍ଚାୟତର ହଣାଘୋଟଠାରେ ସଦର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତ (ମିଣ୍ଟୁ)ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ସଭାନେତ୍ରୀ ମାମୁନି ହାତୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ କଂଗ୍ରେସ ଦଳରୁ ୫୦ରୁ ଊର୍ଦ୍ଧ୍ୱ ଯୁବକ ଓ ମହିଳା କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ଜନ ହିତକାରୀ ଯୋଜନା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନେତୃତ୍ୱକୁ ଭରସା ରଖି ତଥା ସ୍ୱର୍ଗତ ବିଧାୟକ ମଙ୍ଗୁଭାଇଙ୍କ ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ସଂକଳ୍ପ ନେଇ ପରିଖି ପଞ୍ଚାୟତର ଦିଲ୍ଲୀପ ପ୍ରଧାନ, ଅରବିନ୍ଦ ସାସମଲ, ଦେବାଶିସ ପାଳ, ବିଜୟ ପାଲ, ଦେବ ସିଂ, ଗୀତାଞ୍ଜଳୀ ପ୍ରଧାନ, ନିହାରିକା ସାସମଲ, ସୁକାନ୍ତି ଜେନା, ସବିତା ଦେ, ବିଶ୍ୱଜିତ ପ୍ରଧାନ, ଜଗଦୀଶ ମାଇତି, ଅଭିଜିତ ପ୍ରଧାନ, ଅଜୟ ମାଇତି, ଦୀନବନ୍ଧୁ ଘୋଡାଇ, ସୁଖଦେବ ଜେନା ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି। ସ୍ୱର୍ଗତ ବିଧାୟକ ମଙ୍ଗୁ ଭାଇଙ୍କ ୧ ବର୍ଷର କାର୍ଯ୍ୟକାଳରେ ଆଶତୀତ ବିକାଶକୁ ଦୃଷ୍ଟିରେ ରଖି ତାଙ୍କରଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଶୃତିବଦ୍ଧ ହୋଇଛନ୍ତି। ସମସ୍ତଙ୍କ ଯୋଗଦାନ ଦଳର ସଙ୍ଗଠନକୁ ଆହୁରି ଦୃଢ କରିବା ସହିତ ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସଦର ବିଜେପି ନେତା ମାନସ କୁମାର ଦତ୍ତ ମତ ରଖିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି ଅନୀଲ ପାତ୍ର, ମଣ୍ଡଳ ପ୍ରଭାରୀ ଅନନ୍ତ ନାୟକ, ପଞ୍ଚାୟତ ସଭାପତି ଦୀପକ ଆଚାର୍ଯ୍ୟ, ସୋସୋଆଲ ମିଡିଆ ସଂଯୋଜକ ସରୋଜ ପରିଡା, ସୁବାସ ହାତୀ, ବ୍ରଜ ପରିଡା, ବାବୁ ଖଟୁଆ, କୁନା ମହାତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.