Home Top News ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ଖୁସି ବ୍ୟକ୍ତ କଲେ

ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ଖୁସି ବ୍ୟକ୍ତ କଲେ

9

ପୁରୀ ୨୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅପରାହ୍ନରେ ମାଟିତୋଟା ହେଲିପ୍ୟାଡରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ ପି ଡା କନୱର ବିଶାଲ ସିଂ ତାଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସମଙ୍ଗ ଠାରୁ ଶ୍ରୀ ସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରରେ ପହଞ୍ଚି ଥିଲେ। ସେଠାରୁ ଶ୍ରୀମାର୍ଗ ଦେଇ ସିଂହଦ୍ବାରରେ ପହଞ୍ଚି ଥିଲେ। ପରେ ଅରୁଣ ସ୍ତମ୍ଭ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଶ୍ରୀଜୀଉମାନଙ୍କୁ ଦର୍ଶନ କରି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ମନ୍ଦିରରୁ ଫେରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବୁଲି ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.