Home କନ୍ଧମାଳ ଶ୍ରାବଣ ମାସ ତୃତୀୟ ସୋମବାର : ଜଳାଭିଷେକ ପାଇଁ ବାଲିଗୁଡାର ବିଭିନ୍ନ ଶିବାଳୟ ରେ ଭିଡ଼

ଶ୍ରାବଣ ମାସ ତୃତୀୟ ସୋମବାର : ଜଳାଭିଷେକ ପାଇଁ ବାଲିଗୁଡାର ବିଭିନ୍ନ ଶିବାଳୟ ରେ ଭିଡ଼

144

ବାଲିଗୁଡା, ୫/୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ସୋମବାର ଶ୍ରାବଣ ମାସ ର ତୃତୀୟ ସୋମବାର ହୋଇଥିବା ରୁ ସକାଳୁ ସକାଳୁ ସମସ୍ତ ଶିବ ପୀଠ ରେ ଗହଳ ଚହଳ ଦେଖି ବାକୁ ମିଳିଥିଲା। ଟାଉନ ର ଖଡଗ ନଦୀ ରୁ ଜଳ ଆଣି ବାବା ଧବଳେଶ୍ୱର, ବିରୂପାକ୍ଷ, ରାମେଶ୍ୱର, ଜlଲେସପଟ୍ଟl ର ଜଳେଶ୍ୱର, ଚକା ପାଦ ର ବିରୂପାକ୍ଷ, ଭଳି ବିଭିନ୍ନ ଶିବ ମନ୍ଦିର ରେ ଜଳାଭିଷେକ କରିଥିଲେ। ଏତଦ ବ୍ୟତୀତ ଜିଲ୍ଲା ବାହାରେ କପିଳେଶ୍ଵର, ଲିଙ୍ଗରାଜ, ଆରଡ଼ି, ପତରl, ଆଖଣ୍ଡଳମଣି, ବିହାର ର ବାବା ଧାମ କୁ ଶତାଧିକ ଭକ୍ତ ଯାତ୍ରା କରି ଜଳାଭିଷେକ କରିଥିଲେ। ଏହି ଅବସରରେ କେତେକ ସ୍ବେଛାସେବୀ ଦାତା ମାନେ ବାଟ ଯାକ ଖାଇବା ପିଇବା ତଥା ରହିବାର ବ୍ୟବସ୍ଥା କରିଥିଲେ। ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ମନ୍ଦିର ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.