Home ଜିଲ୍ଲା ପରିକ୍ରମା ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା ଅନୁଷ୍ଠିତ

ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା ଅନୁଷ୍ଠିତ

10

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଙ୍କୁଳସ୍ତରୀୟ ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟଶାଳାରେ ଶିଶୁ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ମନ୍ତ୍ରୀ, ଉପମନ୍ତ୍ରୀ ,ସେନାପତି ଏବଂ ଉପସେନାପତି ଭୋଟିଂ ମାଧ୍ୟମରେ ଚୟନ କରାଯାଇଥିଲା। ଏହି ନିର୍ବାଚିତ ପ୍ରତିନିଧି ମାନେ କିପରି ଶିଶୁ ମନ୍ଦିର ମାନଙ୍କରେ ସମସ୍ତ ହେଉଥିବା କାର୍ଯ୍ୟଶାଳାକୁ କିପରି ପରିଚାଳନା କରିବେ ସେ ବିଷୟରେ ସେମାନଙ୍କୁ ତାଲିମ ଦିଅ।।ଇଥିଲା। ଏଥିସହ କିପରି ଶିଶୁ ମାନଙ୍କର ଶାରିରୀକ, ବୌଦ୍ଧିକ ତଥା ମାନସିକ ବିକାଶ ହୋଇ ପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ହୋଇଥିବା କର୍ମଶାଳାରେ ୮ମ ଶ୍ରେଣୀ ଛାତ୍ର ପାର୍ଥସାରଥି ପାତ୍ର ସଭାପତିତ୍ୱ କରିଥିବା ବେଳେ ସେହି ଶ୍ରେଣୀର ଶୁଭଜିତ ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଭାରତୀୟ ସେନା ଅଧିକାରୀ ତଥା ସମାଜସେବୀ ନରହରି ମଲିକ , ମୁଖ୍ୟ ବକ୍ତା ଭାବେ ବାସୁଦେବପୁର ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ମହନ୍ତ,ବିଦ୍ୟାଳୟର ସଂପାଦକ ଅଶୋକ କୁମାର ପଣ୍ଡିତ ପୌରୋହିତ୍ୟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା କୁହେଳିକା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମା ସହଯୋଗ କରିଥିଲେ। ଏହି କାର୍ଯ୍ୟ ଶାଳାରେ ବାସୁଦେବପୁର ସଙ୍କୁଳସ୍ତରରେ ଥିବା ୧୨ ଟି ଶିଶୁ ମନ୍ଦିରର ୪୦ଜଣ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। କର୍ମଶାଳା ଶେଷରେ ୯ମ ଶ୍ରେଣୀ ଛାତ୍ରୀ ପ୍ରଞା ପ୍ରିୟ ଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.