ହାଟଡିହି, ୮ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଅନନ୍ତ ଚରଣ ନାୟକଙ୍କ ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଗତ ମଙ୍ଗଳବାର ଦିନ ପରଲୋକ ଘଟିଥିଲା । ସେ ଜଣେ ସ୍ନେହୀ, ସଚ୍ଚୋଟ, ମିଷ୍ଠଭାଷୀ, ବିଚାରବନ୍ତ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । ଗାଁ ଏମ.ଇ ସ୍କୁଲରେ ସେ ଦୀର୍ଘ ୩୩ବର୍ଷ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟକରି ଅବସର ଗ୍ରହଣ କରିଥିଲେ । ଚାକିରୀରୁ ଅବସର ନେବାପରେ ସେ ଗ୍ରାମର ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭାଗବତ ଟୁଙ୍ଗି ଆଦି ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଓ ତିନିଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଗେଡମା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।