Home ଅପରାଧ ଶିକାର ବେଳେ ଗୁଳିବାଜି ଜଣେ ମୃତ, ଅର୍ଧ ଦଗ୍ଧ ମୃତ ଶରୀର ଧରିଲା ପୋଲିସ୍, ୧୮...

ଶିକାର ବେଳେ ଗୁଳିବାଜି ଜଣେ ମୃତ, ଅର୍ଧ ଦଗ୍ଧ ମୃତ ଶରୀର ଧରିଲା ପୋଲିସ୍, ୧୮ ଅଟକ

116

ରାୟଗଡ଼ା ୨୪-୯ (ଓଡ଼ିଆ ପୁଅ/ମନୋଜ ସାହୁ) ଵାରହା ଶିକାର ବେଳେ ଜଣେ ମୃତ। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା ଖାଇଲାଯୋଡି ଗାଁରେ। ସୂଚନା ଅନୁସାରେ ଗତ ୨୨ ତାରିଖ ରାତି ଗାଁର କିଛି ଯୁବକ ନିକଟସ୍ତ ଜଙ୍ଗଲକୁ ବାରହା ଶିକର କରିବାକୁ ଯାଇଥିଲେ। ଏତିକି ବେଳେ ଭୁଲ ବଶତଃ ଜଣେ ଲୋକଙ୍କୁ ଗୁଳି ବାଜିଥିଲା ଫଳରେ ତା’ର ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା। ମୃତକଙ୍କ ନାମ ଖଗେଶ୍ବର ଝଡ଼ିଆ ବଲି ଜଣାପଡିଛି। ତେବେ ଘଟଣାକୁ ଚପେଇ ଦେବା ଉଦ୍ଦେଶ୍ୟରେ ମୃତକଙ୍କ ପରିବାର ବର୍ଗଙ୍କୁ କିଛି ଅର୍ଥ ଦେଇ ସମାଧାନ କରି ମରଶରୀରକୁ ସତ୍କାର ବେଳେ ପୋଡିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମରଶରୀରକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କାଶୀପୁର ମେଡିକାଲ୍ ରେ ଆମ୍ବୁଲାନ୍ସରେ ରଖାଯାଇଛି। ଘଟଣାରେ ସଂପୃକ୍ତ ୧୮ ଜଣଙ୍କୁ ଅଟକ ରଖି ଅଣ୍ଡରାକାଞ୍ଚ ପୋଲିସ ଅଧିକା ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.