Home ଅପରାଧ ଲୁଟ୍ ଅଭିଯୋଗରେ ଯୁବକ ଅଦାଲତ ଚାଲାଣ

ଲୁଟ୍ ଅଭିଯୋଗରେ ଯୁବକ ଅଦାଲତ ଚାଲାଣ

98

ନୟାଗଡ଼ ୧୪/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଓ ଚାନ୍ଦପୁର ଥାନା ଅଂଚଳରେ ଦିନକୁ ଦିନ ଲୁଟ୍ ଓ ଗୃହଚୋରୀ ବଢିବାରେ ଲାଗିଛି। ଯାହାକୁ ନେଇ ପୋଲିସ ପ୍ରଶାସନ ଚିନ୍ତାର କାରଣ ପାଲଟିଛି। ଗତ ଅଗଷ୍ଟ ୧୦ ତାରିଖ ଦିନ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ପେଟ୍ରୋଲ ପମ୍ପ ନିକଟରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ କରିଥିଲେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ସଂଜୟ କୁମାର ମୁଦୁଲି। ଯାହାକୁ ନେଇ ପୋଲିସ ରଣପୁର ଥାନାରେ ଏକ ଲୁଟ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ସେଥିପାଇଁ ଶରଣକୁଳ ଉପଖଣ୍ଡ ଅଧିକାରୀ କିରନ୍ ହେମରମ୍ ବିଶେଷ ଭାବରେ ତଦନ୍ତ କରୁଥିଲେ। ମୋବାଇଲ ଟ୍ରାକିଙ୍ଗ୍ ଅନୁଯାଇ ଜାଣିବାକୁ ପାଇଲେ ଯେ ଅଗଷ୍ଟ ୧୩ ତାରିଖ ଦିନ ଲୁଟ୍ ଅଭିଯୁକ୍ତ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବିନୋଦପଡା କୁ ଆସୁଅଛି। ରଣପୁର ଥାନା ଉପ ନିରୀକ୍ଷକ ସଂଜୟ କୁମାର ପରିଡା ଅଭିଯୁକ୍ତ ମଟର ସାଇକେଲ ଯୋଗେ ଆସୁଥିବା ସମୟରେ ବିନୋଦପଡା ଛକରେ କାବୁ କରିନେଇଥିଲେ।

ଅଭିଯୁକ୍ତ ହେଉଛନ୍ତି ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ଫାଣ୍ଡି ନିକଟ ବିରୁଡା ଗ୍ରାମର ଦେବରାଜ ସ୍ୱାଇଁ ଙ୍କ ପୁଅ କାଶୀନାଥ ସ୍ୱାଇଁ (୩୦) ଓରଫ୍ କାଶୀ। ତା ଠାରୁ ଲୁଟ୍ ରେ ବ୍ୟବହୃତ ଏକ ଲୁହା କଟୁରୀ, ଦୁଇଟି ମୋବାଇଲ୍, ଗୋଟିଏ ଟ୍ୟାବ୍‌ଲେଟ ବ୍ୟବହୃତ ମୋଟର ସାଇକେଲ ଓ ନଗଦ ୪୦ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି। ଅନ୍ୟତମ ଅଭିଯୁକ୍ତ ଏବେବି ଫେରାର ରହିଛି। ଶରଣକୁଳ ଉପଖଣ୍ଡ ଅଧିକାରୀ ଙ୍କ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାଇ ଅଭିଯୁକ୍ତ କାଶୀ ନୟାଗଡ ଜିଲ୍ଲାରେ ଏହିଭଳି ୪ ଗୋଟି ଲୁଟ୍ କରିଥିବା ସ୍ୱୀକାର କରିଛି। ପୁର୍ବରୁ ପୁରୀରେ ଏକ ମଟର ସାଇକେଲ ଚୋରୀ ମାମଲାରେ ଅଭିଯୁକ୍ତ ଜେଲ ଯାଇଥିଲା। ଅନ୍ୟତମ ଅଭିଯୁକ୍ତ କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶରଣକୁଳ ଉପଖଣ୍ଡ ଅଧିକାରୀ କିରଣ ହେମରମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ କୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.