Home ଓଡ଼ିଶା ଲିଚୁ ସଜାଉଥିବା ବେଳେ ଲାଗିଲା ବିଦ୍ୟୁତ ଆଘାତ; ଯୁବକ ମୃତ

ଲିଚୁ ସଜାଉଥିବା ବେଳେ ଲାଗିଲା ବିଦ୍ୟୁତ ଆଘାତ; ଯୁବକ ମୃତ

191

ଭଦ୍ରକ,୨୭/୧୦,(ଓଡ଼ିଆ ପୁଅ ପି ନାୟକ): ପବିତ୍ର ଦୀପାବଳି ଅବସରରେ ଆଜି ପ୍ରଥମ ଅଘଟଣର ଖବର ସାମ୍ନାକୁ ଆସିଛି । ତେବେ ଖବର ଅନୁସାରେ ଏହି ଅଘଟଣ ଭଦ୍ରକ ଜିଲ୍ଲା ବାସୁଦେବପୁର ପଦ୍ମପୁର ଗାଁରେ ଘଟିଛି । ସୂଚନା ଅନୁସାରେ, ପଦ୍ମପୁର ଗାଁର ପ୍ରକାଶ ଚନ୍ଦ୍ର ଓଝା କାଳୀପୂଜା ଅବସରରେ ନିଜ ଦୋକାନରେ ଇଲେକ୍ଟ୍ରିକ୍‌ ଲିଚୁ ଲାଇଟ ସଜାଉ ଥିବା ସମୟରେ ହଠାତ ଲାଗିଯାଇଥିଲା କରେଣ୍ଟ । ପରେ ଖବର ପାଇ ପରିବାର  ଲୋକେ ସେଠାରେ ପହଞ୍ଚିଥିଲେ । ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.