Home ଜିଲ୍ଲା ପରିକ୍ରମା ଲାଂଚ ନେଉଥିବା ବେଳେ ଗଦି ରାଜସ୍ୱ ନିରୀକ୍ଷକ ଭିଜିଲାନ୍‌ସ ହାତରେ ଧରା ପଡ଼ିଲେ

ଲାଂଚ ନେଉଥିବା ବେଳେ ଗଦି ରାଜସ୍ୱ ନିରୀକ୍ଷକ ଭିଜିଲାନ୍‌ସ ହାତରେ ଧରା ପଡ଼ିଲେ

28

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗଦି ରାଜସ୍ୱ ନିରୀକ୍ଷକ ଲାଂଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି। ତାଙ୍କୁ ଭିଜିଲାନ୍‌ସ ବିଭାଗ ଗିରଫ କରି ତଦନ୍ତ ଚଳାଇଥିବା ଜଣା ପଡ଼ିଛି। ଗୁରୁବାର ମଧ୍ୟାହ୍ନରେ ଗଦି ବଜାର ସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଭାଗବତ ଖଟୁଆ ଏକ ଜମିର କିସମ ପରିବର୍ତନ କରିବା ନେଇ ଜାମଯୋଡ଼ି ପଂଚାୟତ ଅଧୀନ ନୂଆସାହି ଗ୍ରାମର ବିଜୟ ମଳିକଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଜଗି ରହିଥିବା ଭଦ୍ରକ ଭିଜିଲାନ୍‌ସ ଡିଏସ୍‌ପି ଡି. କେ. ନାୟକ ଓ ବିଭାଗୀୟ ଅଧିକାରୀମାନେ ରାଜସ୍ୱ ନିରୀକ୍ଷକ ଶ୍ରୀ ଖଟୁଆଙ୍କୁ ଧରିଥିଲେ। ପରେ ତାଙ୍କୁ ତହସିଲ କାର୍ଯ୍ୟାଳୟକୁ ନେଇ ସେଠାରେ ପଚରା ଉଚୁରା କରିଥିଲେ। ରାଜସ୍ୱ ନିରୀକ୍ଷକ ଶ୍ରୀ ଖଟୁଆ ତିହିଡି ଡାକ୍ତରଖାନା ନିକଟ ପାତ୍ରସାହିରେ ରହୁଥିବା ଭଡାଘରେ, ଭଦ୍ରକ ଏବଂ ତାଙ୍କ କାର୍ଯ୍ୟାଳୟ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ କେଶ୍ ନଂ ୧୫/୧୩, ତା ୧୩.୧୧.୨୪ ରିଖ, ଦଫା ୭ ପ୍ରିଭେଂଟସନ ଅଫ୍ କରୋପସନ (ଆମେଣ୍ଡମେଂଟ) ଆକ୍ଟ ୨୦୧୮ ମୂଳେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.