Home ଓଡ଼ିଶା ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

1273

ନୂଆଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲ ଭୁକ୍ତ ଜାତି ଓ ଉପଜାତିର ରୋଜଗାର ଆଶାୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ବୋର୍ଡ ଦ୍ୱାରା ଆୟୋଜିତ କିରାଣୀ ଓ ଷ୍ଟେନୋଗ୍ରାଫର ପ୍ରତିଯୋଗିତା ପରୀକ୍ଷାରେ ସକ୍ଷମ କରାଯିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ନିଃଶୁଳ୍କ ଓ ଛାତ୍ରବୃତି ଯୁକ୍ତ ତାଲିମ ଆସନ୍ତା ଜୁଲାଇ୧ରୁ ଆରମ୍ଭ କରାଯିବ।

ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ତଥା କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ତଦୁର୍ଦ୍ଧ୍ୱ ହେବା ଆବଶ୍ୟକ। ଏଥିପାଇଁ ସେମାନଙ୍କର ବୟସ ଜୁନ ୩୦, ୨୦୧୯ ସୁଦ୍ଧା ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ୧୮ରୁ ୨୭ବର୍ଷ ଏବଂ କମ୍ପ୍ୟୁଟର ପ୍ରଶିକ୍ଷଣ ପାଇଁ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏଥିପାଇଁ ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ। ଏହି ପ୍ରଶିକ୍ଷଣ ପାଇଁ ପ୍ରାର୍ଥୀମାନେ ଜୁନ ୧୦ରୁ ୨୬ ମଧ୍ୟରେ ବ୍ଲକ ନଂ-ଏ/୨, ତୋଷାଳୀ ଭବନ, ସତ୍ୟ ନଗର, ଭୁବନେଶ୍ୱର-୭୫୧୦୦୭ ସ୍ଥିତ କାର୍ଯ୍ୟାଳୟରୁ ଦେୟମୁକ୍ତ ଆବେଦନ ପତ୍ର ପାଇପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି ଜୁନ ୨୬। ଏକ ସାକ୍ଷାତକାର କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ କୌଣସି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମ ଲେଖାଇ ପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.