Home ଜିଲ୍ଲା ପରିକ୍ରମା ରୋଗୀଙ୍କୁ ବୋହିଲେ, କରୋନ ଯୋଦ୍ଧା ମାନ୍ୟତା ପାଇଲେନି , କୋଭିଡ ପରିଚାଳନାରେ ୧୭ ଘରୋଇ ଆମ୍ବୁଲାନ୍ସ...

ରୋଗୀଙ୍କୁ ବୋହିଲେ, କରୋନ ଯୋଦ୍ଧା ମାନ୍ୟତା ପାଇଲେନି , କୋଭିଡ ପରିଚାଳନାରେ ୧୭ ଘରୋଇ ଆମ୍ବୁଲାନ୍ସ ମାଲିକ ୫ମାସର ଭଡ଼ା ଅପେକ୍ଷାରେ

41

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ସମୟରେ କରୋନା ମହାମାରୀକୁ ନେଇ ଲୋକ ଆତଙ୍କିତ ନୁହନ୍ତି । ଯାବତୀୟ ସଚତନତା ସୃଷ୍ଟି ସତ୍ତ୍ୱେ ଲୋକେ ସାମଜିକ ଦୂରତ୍ୱ ରକ୍ଷା, ହାତ ଧୋଇବା କିମ୍ବା ମାସ୍କ ପରିଧାନ ଉପରେ ସେମିତି ଗୁରୁତ୍ୱ ଦେଉ ନାହାନ୍ତି । କରୋନା ପରିଚାଳନା ପାଇଁ ପୂର୍ବରୁ ପ୍ରଶାସନିକସ୍ତରରେ ଯେଉଁ ତତ୍ପରତା ଥିଲା, ତାହା ଏବେ ଆଉ ଦେଖିବାକୁ ମିଳୁନି । ଅଧିକାଂଶ ମାସ୍କ ପରିଧାନ କରୁ ନାହାନ୍ତି । ପ୍ର।।ସନର ସ୍କ୍ୱାର୍ଡ଼ କୁଆଡ଼େ ହଜିଗଲେଣି । ପରିସ୍ତିତି ଏକ ପ୍ରକାର ସ୍ୱାଭାବିକ୍ ହୋଇଗଲାଣି । ନା ଅଛି ଳୋକଙ୍କ ନିକଟରେ ସଂକ୍ରମଣର ଭୟ ନା ଅଛି ପୁଲିସର ମାସ୍କ ଚେକିଂ ଭୟ । ତେବେ ମାର୍ଚ୍ଚ ମାସ ଶେଷ ସପ୍ତାହରେ କରୋନାକୁ ନେଇ ସମଗ୍ର ଜିଲ୍ଲାବାସୀ ଆତଙ୍କିତ ହୋଇ ଉଠିଥିଲା । ଏପ୍ରିଲ ମାସ ୧ତାରିଖ ଜିଲ୍ଲାର ପ୍ରଥମ କରୋନା ରୋଗୀ ଭଦ୍ରକରୁ ଚିହ୍ନଟ ହେବା ପରେ କେବଳ ସହରରେ ନୁହେଁ ସମଗ୍ର ଜିଲ୍ଲାରେ ଆତଙ୍କ ଖେଳି ଯାଇଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ ସମଗ୍ର ଜିଲ୍ଲାକୁ ବ୍ୟାପି ଯାଇଥିଲା । ପ୍ରଶାସନର ଲକଡାଉନ ଲ୍କଟକଣା ପାଇଁ ଘରେ ଘରେ ତାଟି କବାଟ ପଡ଼ି ଯାଇଥିଲା । ଲୋକେ ଘରୁ ପଦାକୁ ବାହାରିବାକୁ ନିରାପଦ ମଣୁ ନଥିଲେ । ଠିକ ଏତିକିବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଆମ୍ବୁଲାନ୍ସ ଚାଳକ । ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ କୋଭିଡ କେଆର ସେଣ୍ଟ(ସିସିସି)କୁ ନେଉଥିଲେ । ଅନ୍ୟ ଅଫିସର, ସରକାରୀ କର୍ମଚାରୀ, ଡାକ୍ତର କିମ୍ବା ପାରାମେଡିକାଲ କର୍ମଚାରୀଙ୍କ ପରି ସେମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ମିଳିନôତଲା । ରୋକୀଙ୍କୁ ନେବା ଆଣିବା କରିବା ଭିତରେ ସେମାନଙ୍କ ମଧ୍ୟରୁ ବହୁ ଚାଳକ କରୋନାରେ ସଂକ୍ରମିତ ହୋଇଥିଲେ । ତଥାପି ଚିକିତ୍ସା ପରେ ସୁସ୍ଥ ହୋଇ ପୁଣି ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେଣୁ କୋଭିଡ ପରିଚାଳନାରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଭୂମିକାକା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ଥିଲା । ଜିଲ୍ଲା ପ୍ରଶାସନ କରୋନା ପରି ଏକ ମହାବିପର୍ଯ୍ୟୟକୁ ମୁକାବିଲା କରିବାକୁ ଯାଇ ରୋଗୀଙ୍କୁ ନେବା ଆଣିବା ପାଇଁ ଜିଲ୍ଲାର ବିଭିନ୍ନ ସିସିସିରେ ୧୭ଟି ଘରୋଇ ଆମ୍ବୁଲାନ୍ସକୁ ନିୟୋଜିତ କରିଥିଲା । ଚାନ୍ଦବାଲି ସିସିସି ପାଇଁ ଗୋଟିଏ ଆମ୍ବୁଲାନ୍ସ ନିୟୋଜିତ ଥିବାବେଳେ, ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ୫ଟି, ଭଣ୍ଡାରିପୋଖରୀ ଆଇଟିଆଇରେ ୨ଟି, ତିହିଡି ସିସିସିରେ ଗୋଟିଏ, ଧାମନଗର ଆଦର୍ଶ ବିଦ୍ୟାଳୟ ଠାରେ ସ୍ଥାପିତ ସିସିସି ପାଇଁ ୨ଟି, ଷେଣ୍ଡତୀରା ସିସିସି ପାଇଁ ୨ଟି, ଓଲଙ୍ଗ ସିସିସି ପାଇଁ ଗେ୨ଟି, ବାସୁଦେବପୁର ଓ ବେତଡ଼ା ଠାରେ ଥିବା ଦୁଇଟି ସିସିସି ପାଇଁ ୨ଟି ଘରୋଇ ଆମ୍ବୁଲାନ୍ସଙ୍କୁ ନିୟୋଜିତ କରାଯାଇଥିଲା । କୋଭିଡ ଗାଇଡଲାଇନ ଅନୁଯାୟୀ ଏସମସ୍ତ ଆମ୍ବୁଲାନ୍ସଙ୍କୁ ତେଲ ଖର୍ଚ୍ଚ ପ୍ରଦାନ କରାଯିବା ସହ ୮ଘଣ୍ଟାକୁ ୭୨୫ ଓ ୧୨ଘଣ୍ଟା ଡିଉଟି ପାଇଁ ୧ହଜାର ୪୫୦ଟଙ୍କୂୁ ପ୍ରଦାନ କରାଯିବାକୁ ସ୍ଥିର ହୋଇଥିଲା । ତେବେ ଜିଲ୍ଲାରେ ସମସ୍ତ କୋଭିଡ କେଆର ସେଣ୍ଟର ବନ୍ଦ ହୋଇଯାଇଥିବାରୁ ଗତ ମାସ ୧୩ ତାରିଖରୁ ସମସ୍ତ ଆମ୍ବୁଲାନ୍ସକୁ ପ୍ରତ୍ୟାହାର କରାଯାିଛି । କିନ୍ତୁ ଏବେ ମଧ୍ୟ ୪ଟି ଘରୋଇ ଆମ୍ବୁଲାନ୍ସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଅଛି । ତେବେ ଏସମସ୍ତ ଘରୋଇ ଆମ୍ବୁଲାନ୍ସ ୩ମାସର ଭଡ଼ା ପାଇଥିବାବେଳେ, ଅବଶିଷ୍ଟ ପ୍ରାପ୍ୟକୁ ଅନାଇ ବସିଛନ୍ତି । ଯାହାର ପରିମାଣ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ସେମାନଙ୍କ ବକେୟା ଭଡ଼ା ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂଚନାରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.