ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନମୋହନ ସାମଲଙ୍କୁ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସଭାପତି ଭାବରେ ସର୍ବସମ୍ମତିରେ ନିର୍ବାଚିତ କରାଯିବା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର । ଏହି ନିର୍ବାଚନ ହେଉଛି ଦଳୀୟ ସଂଗଠନର ପୁନର୍ଗଠନ,ଜନତାଙ୍କ ଅପାର ଆଶା ଓ ବିଶ୍ୱାସର ପ୍ରତିବିମ୍ବ । ଆମ ସମସ୍ତଙ୍କ ଦୃଢ଼ ବିଶ୍ୱାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନମୋହନ ସାମଲଙ୍କ ଦୃଢ଼ ନେତୃତ୍ୱରେ ବିଜେପି ସଂଗଠନ ଆହୁରି ଶକ୍ତିଶାଳୀ ହେବ ଓ ଓଡ଼ିଶାରେ ବିଜେପି ପ୍ରତି ଜନଆସ୍ଥା ଅଭୂତପୂର୍ବ ଭାବେ ବୃଦ୍ଧି ପାଇବ ବୋଲି କହିଥିଲେ ।








